ମାଳ ମାଳ ଅଣତାଲିମି ପ୍ରାପ୍ତ ଡାକ୍ତର ଏବଂ ବେଆଇନ ପାଥୋ ଲ୍ୟାବ୍: ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ମାଲେମାଲ।

0 278

ବୋଲଗଡ଼,୦୮/୧୦(ପିପିଟି):ବୋଲଗଡ଼ ଗ୍ରାମାଞ୍ଚଳ ଠାରୁ ବୋଲଗଡ଼ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ପର୍ଯ୍ୟନ୍ତ ମାଳ ମାଳ ଅଣତାଲିମି ପ୍ରାପ୍ତ ଡାକ୍ତର ଏବଂ ବେଆଇନ୍ ଅଣ ସ୍ବୀକୃତିପ୍ରାପ୍ତ ପାଥୋ ଲ୍ୟାବ ଏକାଧିକ ବେଆଇନ ପାଥୋ ଲ୍ୟାବ୍ କରୁଛନ୍ତି ନମୁନା ପରୀକ୍ଷା । ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଖେଳ । ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ମାଲିକ ମାଲେମାଲ। ବର୍ଷ ବର୍ଷ ଧରି ନମୁନା ପରୀକ୍ଷା କରୁଛନ୍ତି ଅଣସୀକୃତିପ୍ରାପ୍ତ ପାଥୋ ଲ୍ୟାବ । ଏଠାରେ ସୂଚନାଯୋଗ୍ୟ ଯେ ସୂଚନା ଅଧିକାର ଆଇନ ବଳରେ ଖୋର୍ଦ୍ଧା ଜିଲ୍ଲାରେ ୪୪ଗୋଟି ପାଥଲାବକୁ ସ୍ୱାସ୍ଥ୍ୟ ବିଭାଗ ଅନୁମୋଦନ କରିଛନ୍ତି। ସେଥି ମଧ୍ୟରୁ ଭୂବନେଶ୍ବର କମିଶନରେଟ ଅଧିନରେ ୪୦ଗୋଟି, ଖୋର୍ଦ୍ଧା ଜିଲ୍ଲା ସଦରମହକୁମାରେ ୪ଟି ଅନୁମୋଦନ ପ୍ରାପ୍ତ ପାଥୋଲାବ ରହିଛି। ବୋଲଗଡ଼ ବେଗୁନିଆ ଓ ରାଜସୁନାଖଳା ଅଞ୍ଚଳରେ ସମସ୍ତ ୨୦ରୁ ଉର୍ଦ୍ଧ୍ଵ ବେଆଇନ୍ ପାଥୋଲାବ ଚାଲିଛି। ତେବେ ଏହି ପାଥୋ ଲ୍ୟାବ କିପରି ବେଆଇନ ଭାବେ ନମୁନା ପରୀକ୍ଷା କରୁଛନ୍ତି ତାକୁ ନେଇ ସୂଚନା ଅଧିକାର କର୍ମୀ ପ୍ରଶ୍ନ ଉଠାଇଛନ୍ତି। ଏହି କିଛି ଦିନ ତଳେ ବୋଲଗଡ଼ ସଦର ମହକୁମାସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଜଣେ କଲେଜ ଛାତ୍ର ନିଜର ଶରୀର ଅସୁସ୍ଥ ହେତୁ ଅଣ ତାଲିମପ୍ରାପ୍ତ ଡାକ୍ତରଙ୍କ ଠାରୁ ଇଞେସନ ନେଇ ଛାତ୍ର ଙ୍କର ମୃତ୍ୟୁ ହୋଇଥିଲା ଏବଂ ସମ୍ପୃକ୍ତ ପାଥୋଲାବ ଉପରେ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ଚଢାଉ କରିଥିଲେ। ଏଠି କଥା ହେଉଛି ବର୍ଷ ବର୍ଷ ଧରି କିପରି ବିନା ସ୍ବୀକୃତିରେ ନମୁନା ପରୀକ୍ଷା ଚାଲିଛି ତାକୁ ନେଇ ଉଠିଛି ପ୍ରଶ୍ନ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏ ସଂପର୍କରେ କେମିତି ଜାଣୁନାହାଁନ୍ତି ? କାହା ଅନୁମତିରେ ଖୋଲିଛି ଏହି ଲ୍ୟାବ ? ଡାକ୍ତର କିପରି ଅଣସ୍ବୀକୃତିପ୍ରାପ୍ତ ନମୁନା ପରୀକ୍ଷା ଉପରେ ମେଡିସିନ ଲେଖୁଛନ୍ତି ତାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ଫୋନ ମାଧ୍ୟମରେ CDMOଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଅଣସ୍ବୀକୃତିପ୍ରାପ୍ତ ପାଥୋ ଲ୍ୟାବ ଉପରେ କେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାକୁ ଅପେକ୍ଷା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.