ମାଲକାନଗିରି ସଦରରେ ସେକ୍ସ ରାକେଟ ଠାବ,୬ ଗିରଫ ।

0 190

ମାଲକାନଗିରି, ୦୨/୧୧(ପିପିଟି): ମାଲକାନଗିରି ସଦର ମହକୁମା ସ୍ଥିତ ଏକ ଭଡ଼ା ଘରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିରି ପୋଲିସ ଅଚାନକ ଚଢ଼ାଉ କରି ରାଣୀ ମହୁମାଛି ସମେତ ୬ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଏହା ବ୍ୟତିତ କିଛି ଟଙ୍କା,ଏକ ସ୍କର୍ପିଓ ଗାଡ଼ି ସହିତ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ମାଲକାନଗିରି ଜିଲ୍ଲା ସଦର ମହାକୁମା ସ୍ଥିତ ପାତ୍ରଗୁଡା ସାହିରେ ଏକ ଭଡ଼ା ଘରେ ସେକ୍ସ ରାକେଟ୍ ଦୀର୍ଘ ଦିନ ହେଲା ଚାଲିଥିଲା । ମାଲକାନଗିରି ଥାନା ପୋଲିସ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଅଚାନକ ଚଢ଼ାଉ କରିଥିଲା । ଏସଡିପିଓ ଦିବ୍ୟ ସଙ୍କର ଦଳେଇଙ୍କ ନେତୃତ୍ୱରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଏବଂ ଅନ୍ୟ ମହିଳାଇ ପୋଲିସମାନେ ଉକ୍ତ ଭଡା ଘରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ୨ଜଣ ଦେହଜୀବୀ, ୨ ଜଣ ଗ୍ରାହକ, ଜଣେ ଯୋଗସୂତ୍ରକାରୀ ଏବଂ ଜଣେ ରାଣୀ ମହୁମାଛି ଗିରଫ ହୋଇଛି । ​​​​​​​
ଏହି ରାଣୀ ମହୁମାଛି ଜଣଙ୍କ ପୂର୍ବରୁ ଗିରଫ ହୋଇ ଜାମିନ୍ ଆସିଥିବା ପୋଲିସ ପ୍ରକାଶ କରିଛି। ବର୍ତ୍ତମାନ ଗିରଫ ହୋଇଥିବା ୨ ଦେହଜୀବୀଙ୍କ ଘର ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ଗ୍ରାହକମାନେ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାର ବୋଲି ଜଣାପଡ଼ିଛି।ତେବେ ଏହି ସେକ୍ସ ରାକେଟରେ ଆଉ କେଉଁମାନେ ସମ୍ପୃକ୍ତି ଅଛନ୍ତି କି ନାହିଁ ମାଲକାନଗିରି ପୋଲିସ ତଦନ୍ତ ଜାରି ରଖିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.