ମାଲକାନଗିରି: ବିଜେଡିରୁ ମାନସ ମାଡକାମୀ, କଂଗ୍ରେସ ରୁ ମାଲା ମାଡି ଓ ବିଜେପିରୁ ନରସିଂହ ମାଡକାମୀଙ୍କ ଟିକେଟ୍ ଘୋଷଣା ।

0 298

ମାଲକାନଗିରି,୧୮/୦୪(ପିପିଟି) :ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ତିନିଗୋଟି ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ବିଜେଡ଼ିରୁ ମାନସ ମାଡକାମୀ, କଂଗ୍ରେସରୁ ମାଲା ମାଡି ଓ ବିଜେପିରୁ ନରସିଂହ ମାଡକମୀ ।
ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ମାନସ ମାଡକାମୀ ୨୦୧୪ ନିର୍ବାଚନ ରେ ବିଜେଡିରୁ ଟିକେଟ ପାଇ ବିଜୟ ଲାଭ କରିଥିଲେ। ସେତେବେଳେ କଂଗ୍ରେସ ଦଳରୁ ମାଲା ମାଡି ପ୍ରତିଦ୍ବନ୍ଦିତା କରୁଥିଲା ବେଳେ ମାନସ ମାଡକାମୀ ଙ୍କୁ ୪୭,୭୩୭ ଖଣ୍ଡ ଭୋଟ ମିଳିଥିଲା। ମାତ୍ର ୩,୩୧୨ ଖଣ୍ଡ ଭୋଟ ବ୍ୟବଧାନରେ ମାନସ ମାଡକାମୀ ବିଜୟ ଲାଭ କରିଥିଲା ବେଳେ ମାଲା ମାଡିଙ୍କୁ ୪୪,୪୨୫ ଖଣ୍ଡ ଭୋଟ ପ୍ରାପ୍ତ ହୋଇ ଥିଲା । ତେବେ ୨୦୧୯ ନିର୍ବାଚନ ରେ ବିଜେଡି ସୁପ୍ରିମୋ ମାନସ ମାଡକାମୀ ଙ୍କୁ ଟିକେଟ ନ ଦେଇ ତରବରିଆ ଭାବେ ନିଷ୍ପତ୍ତି ନେଇ ମୁକୁନ୍ଦ ସୋଡିଙ୍କୁ ଟିକେଟ ଦେଇ ଥିଲେ । ମାତ୍ର ମୁକୁନ୍ଦ ସୋଡି ୪୧,୬୬୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହି ଶୋଚନୀୟ ପରାସ୍ତ ହୋଇଥିଲେ। ଏହି ଆସନଟି ନବୀନ ପଟ୍ଟନାୟକଙ୍କ ହାୱା ସତ୍ବେ ବିଜେଡି ପରଜୟ ର ସମ୍ମୁଖୀନ ହୋଇଥିଲା । ବିଜେପି ରୁ ଆଦିତ୍ୟ ମାଡି ୭୦,୨୬୩ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ। ସେ ୨୫,୫୬୯ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ମାଲା ମାଢିକୁ ପରାସ୍ତ କରିଥିଲେ। ମାଲା ମାଡି ୪୪,୬୯୪ ଖଣ୍ଡ ଭୋଟ ପାଇ ୨ ୟ ସ୍ଥାନରେ ରହିଥିଲେ ।
ବର୍ତ୍ତମାନ ଆଦିତ୍ୟ ମାଡି ଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ନୂଆ ଚେହେରା ଭାବେ ନରସିଂହ ମାଡକାମୀଙ୍କୁ ବିଜେପି ଟିକେଟ ଘୋଷଣା କରିଛି। କିନ୍ତୁ ଟିକେଟ ଆଶାରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଶେଷ ମୁହୂର୍ତ୍ତରେ ଦଳ ବଦଳଇ ବିଜେପି ରେ ମିଶିଥିଲେ ମଧ୍ୟ ବିଜେପି ତାଙ୍କୁ ଟିକେଟ ଦେଇ ନଥିଲା। ଯଦି ବିଜେପି ରୁ ମୁକୁନ୍ଦ ସୋଡି ଟିକେଟ ପାଇଥାନ୍ତେ , ତେବେ କଡ଼ା ଟକର ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ସେହି ପରି ବିଜେଡିର ପୂର୍ବତନ ବିଧାୟକ ମାନସ ଯଦ ମାଡକାମୀଙ୍କ ଉପରେ ଭରସା କରି ପୁନଶ୍ଚ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ ଦେବା ଲାଗି ନାମ ଘୋଷଣା କରିଛି। ୨୦୧୯ ରେ ଦଳ ମଧ୍ୟରେ ଅର୍ନ୍ତଦ୍ବନ୍ଦ ଥିବା ରୁ ମାନସ ମାଡକାମୀ ଙ୍କ ଟିକେଟ କଟିଥିଲା। ଫଳରେ ଏଠାରେ ବିଜେଡି
ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଚଳିତ ନିର୍ବାଚନ ରେ
କଂଗ୍ରେସ ଦଳ ନୂତନ ପ୍ରାର୍ଥୀ ଙ୍କ ନାମ ଘୋଷଣା ନକରି ତୃତୀୟ ଥର ଲାଗି ମାମଲା ମାଡିଙ୍କ ନାମ
ଘୋଷଣା କରିଛି। ସେହି ପୁରୁଣା ମୁହଁ, ପୁରୁଣା ଚେହେରା।କିନ୍ତୁ ମାଲା ମାଡି ୨୦୧୪ ନିର୍ବାଚନରେ ୪୪,୪୨୫ ଭୋଟ ପାଇ ଥିଲେ ବେଳେ ୨୦୧୯ ନିର୍ବାଚନ ରେ ୪୪,୬୯୪ ଭୋଟ ପାଇ ସ୍ଥିତକୁ ଅପରିବର୍ତ୍ତିତ ରଖିଛନ୍ତି। ଏଣେ ସିମ୍ପାଥି ଭୋଟ ପାଇ ବିଜୟ ହେବାର ଆଶା ରଖିଛି କଂଗ୍ରେସ।ଏଥର ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖି ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀଟା ବିଜେପି ଦୁର୍ଗ ହୋଇଥିବା ବେଳେ ନରସିଂହ ମାଡକାମୀ ଜଣେ ନୂତନ ଚେହେରା।ସେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ମାଲକାନଗିରି ବ୍ଲକ ର ପେଡାକୋଣ୍ଡା ପଞ୍ଚାୟତର ସରପଞ୍ଚ ରହିଥିଲେ । ତେବେ ଆଗାମୀ ୨୦୨୪ ନିର୍ବାଚନରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ମତଦାତା ମାନେ କାହା ଉପରେ ଭରସା କରି ମଥାରେ ବିଜୟ ତୀଳକ ପିନ୍ଧାଇବେ ଭବିଷ୍ୟତରେ ଜଣାପଡ଼ିବ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.