ମାଲକାନଗିରି,୨୦/୧୧(ପିପିଟି) :ମାଲକାନଗିରି ଜିଲ୍ଲା ସଦରମହକୁମାରେ ଥିବା ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁଙ୍କୁ ନିଲମ୍ବିତ କରାଯାଇଛି ।
ଘଟଣାରୁ ପ୍ରକାଶ ଯେ , ମାଲକାନଗିରି କଲେଜର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ତାଙ୍କ ଦାୟିତ୍ଵରୁ ଅବସର ନେବା ପରେ ତାଙ୍କୁ ଗତ ୩୧.୧୦.୨୦୨୪ ତାରିଖ ଦିନ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଏବଂ କଲେଜର ଅନ୍ୟାନ୍ୟ କର୍ମଚାରୀମାନେ
ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରୁଥଲେ। ସେହି ସମୟରେ ଗଭର୍ଣ୍ଣି ବଡିର ନିଷ୍ପତ୍ତି କ୍ରମେ ଅଶୋକ କୁମାର ଷଡ଼ଙ୍ଗୀଙ୍କୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ନ୍ୟସ୍ତ କରଯାଇଥିଲା। ଏହି ଆଦେଶ ପତ୍ର ଦେଖିବା ପରେ ସେହି ଉତ୍ସବରେ ଉକ୍ତ କଲେଜର ସଭାପତି ଡ଼ଃ ଉଦୟ ନାଥ ଖରା ଙ୍କୁ
ବାଣିଜ୍ୟ ବିଭାଗର ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ସେହି ଉତ୍ସବରେ କଲେଜ ସଭାପତି ଡ଼ଃ ଉଦୟ ନାଥ ଖରା କୈାଣସି କାରଣରୁ ଅନୁପସ୍ଥିତ ଥିଲେ। ଜଣେ ଦାୟିତ୍ଵ ସଂପନ୍ନ ବାଣିଜ୍ୟ ବିଭାଗର ଅଧ୍ୟାପକ ଭାବେ ରଞ୍ଜନ କୁମାର ସ୍ଵାଇଁ ଅସାମ୍ବିଧାନିକ ଶଦ୍ଦ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉତ୍ତେଜିତ ହୋଇ କହିବା ସମସ୍ତ କଲେଜର କର୍ମଚାରୀଙ୍କୁ ମର୍ମାହତ କରିଥିଲା।ଏ ସଂକ୍ରାନ୍ତରେ ମାଲକାନଗିରି କଲେଜର ସଭାପତି ଜାଣିଲା ପରେ ଡଃ ଉଦୟ ନାଥ ଖରା ଗଭର୍ଣ୍ଣି ବଡ଼ି ମିଟିଂ ଡାକି ଏହାର ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ। କଲେଜ ସଭାପତି ଡ଼ଃ ଉଦୟ ଖରାଙ୍କୁ ଅଶ୍ଳୀଳ ଭାଷାରେ ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁ ଗାଳିଗୁଲଜ କରିବା ଘଟଣା ସଂପର୍କରେ ସମସ୍ତ କଲେଜ କର୍ମଚାରୀମାନେ ଲିଖିତ ଜଣାଇଥିଲେ। ଏ ସଂପର୍କରେ ଗଭର୍ଣ୍ଣି ବଡି କାରଣ ଦର୍ଶାଅ ନୋଟିସ୍ ଜାରି କରି ବିଣିଜ୍ଯ ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁ ଙ୍କୁ କଏଫତ ମଗାଯାଇଥିଲା। କିନ୍ତୁ ଶ୍ରୀ ସ୍ଵାଇଁ ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ। ଫଳରେ ଗତ କାଲି ଅର୍ଥାତ୍ ୧୯.୧୧.୨୦୨୪ ତାରିଖ ଦିନ ମାଲକାନଗିରି କଲେଜର ସଭାପତି ଡ଼ଃ ଉଦୟ ନାଥ ଖରା ବାଣିଜ୍ୟ ବିଭାଗର ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣା ପଡ଼ିଛି।
ପ୍ରକାଶ ଥାଉ କି ମାଲକାନଗିରି କଲେଜରେ କାର୍ଯ୍ୟରତ ଜଣେ ଅଧ୍ୟାପିକାଙ୍କୁ ବାଣିଜ୍ୟ ଅଧ୍ଯାପକ ରଞ୍ଜନ କୁମାର ସ୍ଵାଇଁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଯୋଗୁଁ ପୂର୍ବରୁ ତାଙ୍କ ନାମରେ ମକଦ୍ଦମା ରୁଜ୍ଜୁ ହୋଇଥିଲା। ଜିଆର୍ କେସ ନମ୍ବର ୦୦୦୦୨୬୫/୨୦୧୭ ଧାରା୨୯୪/୩୪୧/୩୫୪/୪୫୪(ଏ)୫୦୬ ଅନୁଯାୟୀ ବର୍ତ୍ତମାନ ମାଲକାନଗିରି ଆଦଲତରେ ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁ ଙ୍କ ବିରୁଦ୍ଧରେ ବିଚାରାଧୀନ ରହିଛି। ଏ ମାମଲା ସଂପର୍କରେ ଗଭର୍ଣ୍ଣି ବଡିକୁ ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁ ଲୁଚା ଥିବା ମାଲକାନଗିରି କଲେଜର ସଭାପତି ଡ଼ଃ ଉଦୟ ନାଥ ଖରା ପ୍ରକାଶ କରିଛନ୍ତି।ଏ ଭଳି ଅପ୍ରିତୀକର ଘଟଣା ଘଟିବାର କାରଣ ହେଲା ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁ କୁଆଡେ ଉକ୍ତ କଲେଜର ଇନ୍ ଚାର୍ଜ ପ୍ରିନସପାଲ ହେବା ପାଇଁ ଆଶାୟୀ ଥିଲେ ବୋଲି କୁହାଯାଇଛି।
ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)