ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା ସଂଖ୍ୟା ୧୧ ହଜାର ୫୫୪ , ପକ୍ଷୀ ପ୍ରଜାତି ୫୫ ।

0 154

ମାଲକାନଗିରି,୧୧/୧ (ପିପିଟି):ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଜଳଚର ପକ୍ଷୀମାନଙ୍କ ଗଣନା ଓଡ଼ିଶା ବନ ବିଭାଗ ତରଫରୁ କରାଯାଇଥାଏ। ସେହି ପରି ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଯାଇଛି।ଚଳିତ ଜାନୁଆରୀ ମାସରେ ୧୦ ଗୋଟି ସ୍ଥାନରେ ୧୦ ଗୋଟି ବନ କର୍ମଚାରୀ ଦଳକୁ ନେଇ ପକ୍ଷୀ ଗଣନା କାର୍ଯ୍ଯ ସଂପନ୍ନ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ବନଖଣ୍ଡରେ ମୋଟ ୧୧,୫୫୪ ପକ୍ଷୀ ଗଣନା କରାଯାଇଥିଲା ବେଳେ ୫୫ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି। ସେଥି ମଧ୍ଯରୁ ୩୨ ପ୍ରଜାତିର ପକ୍ଷୀ ବିଦେଶାଗତ ବୋଲି ଚିହ୍ନଟ ଯାଇଛି। ମାଲକାନଗିରି ବନାଞ୍ଚଳ ର ସତୀଗୁଡା ବନ୍ଧ, ମାଥିଲି ବନାଞ୍ଚଳର ଶିବ ସାଗର, ବାଲିମେଳା ଜଳଭଣ୍ଡାର,ସୁର୍ଲୋକୋଣ୍ତା ବ୍ଯାରେଜ,କାଲିମେଳା ର ମାଛ ବନ୍ଧ,ସାବେରୀ ନଦୀ, ଚିତ୍ରକୋଣ୍ଡା ଜଳଭଣ୍ଡାର ଏବଂ ଏମଭି- ୭୯ ପୋଖରୀରେ ପକ୍ଷୀ ଗଣନା କରାଯାଇଛି। ମାଲକାନଗିରି ର ସତୀଗୁଡା ଡ଼୍ୟାମ ରେ ୩,୪୯୮ ପକ୍ଷୀ, ମାଥିଲି ର ଶିବ ସାଗରରେ ୫୫୫୧ ପକ୍ଷୀ, କାଲିମେଳା ମାଛ ବନ୍ଧରେ ୧୩୨୧ ପକ୍ଷୀ, ବାଲିମେଳା ର ସୁର୍ଲୋକୋଣ୍ତା ଏବଂ ଜଳଭଣ୍ଡାରରେ ୩୬୭ ପକ୍ଷୀ,ସିବେରୀ ନଦୀ ଏବଂ ଏମଭି- ୭୯ ପୋଖରୀରେ ୧୫୨ ପକ୍ଷୀ ଏବଂ ଚିତ୍ରକୋଣ୍ଡା ଡ୍ଯାମରେ ୬୬୫ ପକ୍ଷୀ ଗଣନା କରାଯାଇଛି।ଏମାନଙ୍କ ସୁରକ୍ଷା ଲାଗି ବନ ବିଭାଗ ଅଧିକ ସତର୍କତା ଅବଲମ୍ବନ କରିଛି।
ପକ୍ଷୀ ଗଣନା ପାଇଁ ଜାନୁଆରୀ ୮ ତାରିଖରୁ ପ୍ରସ୍ତୁତି ଚାଲିଥିବା ବେଳେ କ୍ଷେତ୍ର କର୍ମଚାରୀମାନଙ୍କୁ ବନ୍ଯପ୍ରାଣୀ ବିଶେଷଜ୍ଞ ସନ୍ତୋଷ କୁମାର ପଣ୍ଡା ଏବଂ କ୍ଷେତ୍ର କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ର ଅନୁଗୁଳ ପ୍ରଶିକ୍ଷକ ଆଶୁତୋଷ ମଲ୍ଲିକ ତାମିଲ ପ୍ରଦାନ କରି ଥିଲେ। ପକ୍ଷୀ ଗଣନାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀ ଏବଂ ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଲିଲୀ ଅମାନତ୍ଯ ଏବଂ କନ୍ଦନ ସିଂ ପରାମର୍ଶ ପ୍ରଦାନ କରି ଥିଲେ। ଏହି ଗଣନାରେ ମାଲକାନଗିରି ବନଖଣ୍ଡରେ ଥିବା ସମସ୍ତ ବନାଞ୍ଚଳ ଅଧିକାରୀ, ବନାପାଳ ବନରକ୍ଷୀମାନେ ସୁଚାର ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।ପ୍ରକାଶ ଥାଉକି, ଗତ ବର୍ଷ ଅର୍ଥାତ୍ ୨୦୨୩ ମସିହା ରେ ମାଲକାନଗିରି ବନଖଣ୍ଡରେ ୧୪,୨୩୦ ପକ୍ଷୀ ଗଣନା କରାଯାଇଥିଲା। ଏବଂ ୪୪ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨,୬୭୬ ପକ୍ଷୀ ଆଗମନ ହ୍ରାସ ପାଇଛି।

(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave A Reply

Your email address will not be published.