ମାଲକାନଗିରି,୧୪/୦୮(ପିପିଟି) :ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେଭୂମିହୀନ ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେମାଲକାନଗିରି ବିଧାୟ ନରସିଂହ ମାଡକାମି ଯୋଗଦେଇ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଭୂମିହୀନ ଆଦିବାସୀ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ। ଚାଲାଣ ଗୁଡା ଏବଂ ସିନ୍ଧ୍ରିମାଳର ପଞ୍ଚାୟତ ଆଦିବାସୀମାନଙ୍କୁ୧୦୩ ଖଣ୍ଡ ପଟ୍ଟା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରିର ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ତହସିଲଦାର ଡଃ ଲଳିତ କୁମାର ବାଘ, ମାଲକାନଗିରି ବନାଞ୍ଚଳ ଅଧିକାରୀ ବାଣିଶ୍ରୀ ମନସ୍ବିନୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)