ମାଲକାନଗିରି ଜିଲ୍ଲାରେ ୪ ଲକ୍ଷ ୬୮ ହଜାର କ୍ଵିଣ୍ଟାଲ ଧାନ କ୍ରୟ ।

0 211

ମାଲକାନଗିରି,୧୭/୦୧(ପିପିଟି):ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଚାଷୀମାନଙ୍କ ଠାରୁ ୪ ଲକ୍ଷ ୬୮ ହଜାର କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଥିବା ଜଣା ପଡ଼ିଛି। ଏହା ମୋଟ ୮ ଲକ୍ଷ ୬୬ ହଜାର କ୍ଵିଣ୍ଟାଲ ଧାନ କ୍ରୟ ପାଖାପାଖି ୫୦ ପ୍ରତିଶତ ଧାନ ସଂଗ୍ରହ ହୋଇ ସାରିଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।
ମାଲକାନଗିରି ଜିଲ୍ଲାରେ ଚଳିତ ଖରିଫ ଋତୁରେ ମୋଟ ୮ ଲକ୍ଷ ୬୬ ହଜାର ଧାନ କ୍ରୟ ଲାଗି ଲକ୍ଷ୍ୟ ଧାର୍ଯ୍ୟ ରଖା ଯାଇଛି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୬୮ ହଜାର କ୍ଵିଣ୍ଟାଲ ଧାନ କ୍ରୟ ସରିଛି। ଏଥି ପାଇଁ ୪୬,୩୨୬ ଜଣ ଚାଷୀ ଧାନ ବିକ୍ରୟ ଲାଗି ନାମ ପଞ୍ଜିକରଣ କରିଥିବା ବେଳେ ଜିଲ୍ଲା ୬୮ ଗୋଟି ମଣ୍ଡିର ବ୍ୟବସ୍ଥା କରାଯାଇଛି। ଏହା ଛଡା ଅତିରିକ୍ତ ୬ ଟି ଧାନ ମଣ୍ଡି ମଧ୍ୟ ସଂଯୋଗ କରାଯାଇଛି। ଧାନ ସଂଗ୍ରହ ଲାଗି ୨୪ ଗୋଟି ମିଲରଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୭୨ କୋଟି ୪ ଲକ୍ଷ ୪୦ ହଜାର ଟଙ୍କା ଚାଷୀମାନଙ୍କ ଏକାଉଣ୍ଟ୍ କୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ସରକାର କ୍ଵିଣ୍ଟାଲ ପିଛା ବୋନସ ସହ ୩୧୦୦ ଟଙ୍କା ରେ ଧାନ କ୍ରୟ କରୁଥିବା ବେଳେ ଚାଷୀମାନଙ୍କ ମନରେ ଆନନ୍ଦର ଲହରୀ
ଖେଳି ଯାଇଛି। ଅନ୍ଯ ପକ୍ଷେ ମିଲରଙ୍କ ମନରେ ଉଦାସ ଭରି ରହିଛି। ରାଜ୍ୟ ମିଲର୍ସ ସଂଘ ସେମାନ ଦାବି ପୂରଣ ଲାଗି କିଛି ଦିନ ଲାଗି ଆନ୍ଦୋଳନ ଅବ୍ୟାହତ ରଖିଥିଲେ। ମାତ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଛି। ଆଗାମୀ ୨୦ ତାରିଖ ଦିନ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀଂକ ସହିତ ଆଲୋଚନା ହୋଇ ମିଲର୍ସ ମାନଙ୍କ ଦାବିକୁ ଯଥା ସମ୍ଭବ ପୂରଣ ଲାଗି ଉଦ୍ୟମ କରାଯିବ ବୋଲି କୁହାଯାଇଛି। ପୂର୍ବରୁ ଧାନ ମିଲ କରିବା ପାଇଁ କ୍ଵିଣ୍ଟାଲ ପିଛା ୧୦ ଟଙ୍କା ଥିଲା। ଏହାକୁ ୧୦୦ ଟଙ୍କା ବୃଦ୍ଧି ଲାଗି ଦାବି କରାଯାଇଛି। ସେହି ଧାନ ଲୋନ ଅନଲୋଡ ପାଇଁ ୧୪ ଟଙ୍କା କୁଲି ନେଉଥିବା ବେଳେ ସରକାର ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି ନାହିଁ। ଏଥି ପାଇଁ ମିଲର୍ସ ମାନେ ଅସାଧୁ ଉପାୟ ଅବଲମ୍ବନ କରିବାକୁ ବାଧ୍ୟ ହୋଇ ଥାନ୍ତି। ଟ୍ରାନ୍ସପୋର୍ଟ ଖର୍ଚ୍ଚ ୧୪ ଟଙ୍କା ଥିବା ବେଳେ ଏହାକୁ ୪୦ ଟଙ୍କାକୁ ବୁଦ୍ଧି ଲାଗି ଦାବି ହୋଇଛି। ପୂର୍ବରୁ ଧାନ ଶୁଖି ପରିମାଣ ହ୍ରାସ ହେଲେ ସରକାର ୧ ପ୍ରତିଶତ କ୍ଷତି ପୂରଣ ବହନ କରୁଥିଲେ। ବର୍ତ୍ତମାନ ସରକାର ସେ ସବୁ କ୍ଷତିକୁ ଉଛେଦ କରିଥିବା ସଂଘ ପ୍ରକାଶ କରିଛି । ସେହିପରି କଷ୍ଟୋଡି ଚାର୍ଜ ୧୪ ଟଙ୍କା ଏବଂ ୩ ମାସର ଗୋଦାମ ଚାର୍ଜ କୁ ମଧ୍ୟ ବାତିଲ କରାଯାଇଛି। ଯହା କି ସରକାରଙ୍କ ନିଷ୍ପତ୍ତି ବିଚାରଧୀନ ରହିଥିବା ଜଣାପଡିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.