ମାଲକାନଗିରି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଅନୁଷ୍ଠିତ ।

0 162

ମାଲକାନଗିରି,୧୧/୦୬(ପିପିଟି) :ଆଜି ଜଗନ୍ନାଥ ମନ୍ଦିରର ସ୍ନାନ ବେଦିରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କର ଦେବ ସ୍ନାନ ଦାବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଲଛି।ରାଜ ଭୋଗ ଭାବେ ବିଭିନ୍ନ ମିଷ୍ଟାନ୍ନ ଶ୍ରୀଜିଉଙ୍କ ସମିପରେ ଅର୍ପଣ କରାଯାଇଥିଲା।
। ଠାକୁରଙ୍କ ଆଳତି ପରେ । ଗଜାନନ ବେଶ କୁ ଭକ୍ତମାନେ ଦର୍ଶନ କରି ଥିଲେ। କିଛି ସମୟ ପରେ ଠାକୁର ମାନଙ୍କୁ ଅଣସର ଗୃହକୁ ବିଜେ କରାଯାଇଥିଲା । ଏହି ଦିବ୍ୟ ଲୀଳା ଦର୍ଶନ ଲାଗି ଶହ ଶହ ଭକ୍ତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରୁଣ୍ଡ ହୋଇ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁଜାରୀ ବିନାୟକ ଶତପଥୀ, ଜଗନ୍ନାଥ ମନ୍ଦିର ପୂଜକ ସନ୍ତୋଷ ନନ୍ଦ, ସଚିନ ନନ୍ଦ, ବଳରାମ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା,ବ୍ରଜ କିଶୋର ପାଳ,ସୀମାଞ୍ଚଳ ପଣ୍ଡା,ସୀମାଞ୍ଚଳ ପାଣିଗ୍ରାହୀ, ନିରଞ୍ଜନ ପଣ୍ଡା, ଦିବାକର ପାଳ, ସନ୍ତୋଷ ଦାଶ ଓ ଅନ୍ୟାନ୍ୟ ସେବାୟତମାନେ ଯୋଗ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.