ମାଲକାନଗିରି,୧୯/୦୨(ପିପିଟି) : ଓଡ଼ିଶା କ୍ରିକେଟ ଅନୁକୂଲ୍ୟରେ ଜିଲ୍ଲା କ୍ରିକେଟ୍ ସଙ୍ଘ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ୧୬ ବର୍ଷୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯାଇଛି।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୮ଟି ପଞ୍ଚାୟତର ୭ଗୋଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ଶାବରୀ ସରକାରୀ ଉଚ୍ଚବିଦ୍ୟାଳୟ ଏମଭି- ୭୯ ପଡିଆ ଉଚ୍ଚ ବିଦ୍ୟାଳୟ, କାଲିମେଳା ଉଚ୍ଚ ବିଦ୍ୟାଳୟ, ଚିତ୍ରକୋଣ୍ଡା ଉଚ୍ଚ ବିଦ୍ୟାଳୟ, ମାଲକାନଗିରି ଦୀପ୍ତି କନଭେଣ୍ଟ ବିଦ୍ୟାଳୟ , କେନ୍ଦ୍ରୀୟ ବିଦ୍ୟାଳୟ ଏଵଂ ମଡେନ୍ ସ୍କୁଲ ମାଲକାନଗିରି । କିପରି ମାଲକାନଗିରି ଜିଲ୍ଲାରେ କ୍ରିକେଟକୁ ଆଦୃତ କରିବାକୁ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ୍ ପଡିଆ ଉଚ୍ଚ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି କେନ୍ଦ୍ରୀୟ ବିଦ୍ୟାଳୟ ଦଳ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ ସଂଗ୍ରହ କରିଥିବାରେ ସମର୍ଥ ହୋଇଥିଲା। ରନ୍ ପିଛା କରିଥିବା ପଡିଆ ଦଳ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିବା ସହ ଚାମ୍ପିଅନ୍ ହୋଇଛି। ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ କାର୍ଯ୍ୟ କରିଥିବା ସତବୀର ସିଂ ରିଆର ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ । ଜିଲ୍ଲାରେ କ୍ରିକେଟ୍ କିପରି ଆହୁରି ଆଗକୁ ଯିବ ତାହା ଏହି କୁନି କୁନି ଖେଳାଳୀଙ୍କୁ ବୁଝାଇ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଦୀପ୍ତି କନଭେଣ୍ଟ ବିଦ୍ୟାଳୟର ଛାତ୍ର ସନ୍ଦୀପ ସିଂ ମ୍ୟାନ୍ ଅଫ ଦି ସିରିଜ୍, ବେଷ୍ଟ ବ୍ୟାଟ୍ ମ୍ୟାନ୍ ଅମ୍ରିତୋ ମଣ୍ଡଳ, ବେଷ୍ଟ ବୋଲର ଦେବରାଜୁ ୱେଲୁଗୁରୁ ଏବଂ ବେଷ୍ଟ ଉଇକେଟ୍ କିପର୍ ଚିତ୍ରକୋଣ୍ଡା ବିଦ୍ୟାଳୟରୁ ଗଙ୍ଗା ମାଡ଼ି ଭାବେ ବିବେଚିତ ହୋଇଛନ୍ତି। ଏହି ବିଦ୍ୟାଳୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ସମସ୍ତ ଦଳକୁ ଜିଲ୍ଲା କ୍ରିକେଟ ସଂଘ ସଭାପତି ଏମ୍.ଡି ଫାରୁକ୍, ସମ୍ପାଦକ ହୃଦାନନ୍ଦ ସାହୁ ଶୁଭେଚ୍ଛା ଜଣାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)