ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ।

0 222

ଭଞ୍ଜନଗର, ୦୮/୦୯(ପିପିଟି):ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବିଡ଼ିପୁର ଗ୍ରାମ ପଞ୍ଚାୟତର ଭୂଷଣ୍ଡପାଳ ଗ୍ରାମର ମଦନ ନାୟକ (୬୦)। ଜଣେ ଅସହାୟ, ଅବହେଳିତ ଏବଂ ମାନସିକ ବିକାରଗ୍ରସ୍ଥ ବ୍ୟକ୍ତି। ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିବା ପରେ ପୁଅ ମାନେ ତାଙ୍କୁ ଛାଡି ବାହାରେ ରହୁଛନ୍ତି। ବହୁ ଦିନ ଧରି ରାସ୍ତାରେ ଏଣେତେଣେ ବୁଲି, ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଥିବା ବେଳେ ଓ ନାଳ ନର୍ଦ୍ଦମାରୁ ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖି ପୂର୍ବତନ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ତଥା ଗ୍ରାମପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ସ୍ବେଚ୍ଛାସେବୀ ସଙ୍ଗଠନ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ। ଆଜି ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସନ୍ତୋଷ କୁମାର ଦଳବେହେରା, ମାଣିକ ଖାଡଙ୍ଗା, ଦୁର୍ଗାମାଧବ ପ୍ରଧାନ, ଗିରିଧାରୀ ଡାକୁଆ, ଶଙ୍କର ଗୌଡ଼ ପ୍ରମୁଖ ସଦସ୍ୟ ଭୂଷଣ୍ଡପାଳ ଗ୍ରାମକୁ ଯାଇ ମଦନ ନାୟକଙ୍କୁ ଭେଟି ସେଠାରେ ତାଙ୍କୁ ପରିଷ୍କାର କରି ଗାଧୋଇବା ସହ ନୂତନ ପୋଷାକ ପ୍ରଦାନ କରିଥିଲେ। ସେହି ଗ୍ରାମ ରୁ ତାଙ୍କୁ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭଞ୍ଜନଗର ସ୍ଥିତ ଜରାଶ୍ରମକୁ ନେବା ପାଇଁ ସ୍ଥିର କରାଯାଇଥିଲା। ସଦାସର୍ବଦା ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଅଞ୍ଚଳରେ ଥିବା ଅନାଥ, ଅସହାୟ ଓ ଗରୀବ ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଥିବାରୁ ମଧୁସୂଦନ କର, ପ୍ରଫୁଲ କୁମାର ନାୟକ,ଦିଲ୍ଲୀପ କୁମାର ସେଠି,ସାନ୍ତନୁ ନାୟକ,ବିରେନ ନାୟକ,ଓମ୍ ଶାନ୍ତି ଅନୁଷ୍ଠାନର ବାମଦେବ ପାଣିଗ୍ରାହୀ ଅନୁଷ୍ଠାନ କୁ ପ୍ରଶଂସା କରିଥିଲେ।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.