ମାନସିକ ଅସୁସ୍ଥ ନିରାକରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ।

0 14

 

ଉଲୁଣ୍ଡା ,୧୦୵୦୯(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ମାନସିକ ଅସୁସ୍ଥ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରେଆର ର ସମ୍ପାଦକ ଅନଙ୍ଗ ନେଗୀଙ୍କ ସଂଯୋଜନା ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନସିକ ଅସୁସ୍ଥ ନିରାକରଣ ନିମିତ୍ତ ରେଆର୍ ର ସ୍ଵେଚ୍ଛାସେବୀ ମାନଙ୍କ କାର୍ଯ୍ୟ କୁ ପ୍ରଶଂସା କରିବା ସହ ବ୍ଲକ ର ସମସ୍ତ ମାନସିକ ଅସୁସ୍ଥଙ୍କ ନିୟମିତ ଔଷଧ ସେବନ ପାଇଁ ସ୍ଵେଚ୍ଛାସେବୀ ମାନଙ୍କ ସହଯୋଗ କାମନା କରିବା ସହ ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନା ଓ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମାନସିକ ଅସୁସ୍ଥ ଙ୍କୁ ସାମିଲ୍ କରିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ସଂଗଠନର ଆଜୀବନ ସଭ୍ୟ ସାମାଜିକ କର୍ମୀ ମୀନକେତନ ମହାକୁର ରେଆର ତରଫରୁ ଗତ ଦେଢ଼ ବର୍ଷ ରେ ମାନସିକ ଅସୁସ୍ଥ ରୋଗୀ ମାନଙ୍କୁ ଔଷଧ ସେବନ, ପରାମର୍ଶ ପ୍ରଦାନ ଓ ୧୯୯୪ ମସିହା ରୁ ଅଦ୍ୟାବଧି କରାଯାଇଥିବା ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଆଲୋଚନାରେ ଆସାମ ତେଜପୁର୍ ଡ଼ା ଶୋଭନା ହରିହର ସୁବ୍ରମଣ୍ୟମ, ବେସିକ ନିଡ ଇଣ୍ଡିଆ ର ରାଜୀବ କର୍ମୀ ଯୋଗଦେଇ ମାନସିକ ଅସୁସ୍ଥ ରୋଗୀଙ୍କ ଚିକିତ୍ସା ସେବା, ପରିବାର ସ୍ଥିତି ଓ ସହାୟତା ସମ୍ପର୍କରେ ଉପସ୍ଥିତ ସ୍ଵେଚ୍ଛାସେବୀ ଙ୍କ ସହ ଆଲୋଚନା କରିଥିଲେ। କାର୍ଯକ୍ରମ କୁ ବିଶ୍ବମ୍ବର ସାହୁ ପରିଚାଳନା କରିଥିବା ବେଳେ ଶେଷରେ ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ୍ ଦେଇଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.