କିଛି ଲୋକଙ୍କର ସୁନ୍ଦର ରୂପକୁ
କଥା ବି ସୁନ୍ଦର ଲାଗେ….
କାମ ଧାମ ସବୁ ସୁନ୍ଦର ଅଟଇ
ମନ ଜିଣେ ଅନୁରାଗେ….!!
କିଛି ଲୋକଙ୍କର କର୍କଶ ବଚନ
ଶିରେ ଶିରେ କଥା ଭେଦେ….
ଚେହେରାଟି ସିନା କନ୍ଦର୍ପ ପରାଏ
କରମ ଓଲଟା ବାଧେ….!!
କେତେ ବ୍ୟକ୍ତିଙ୍କର ରୂପ ଅସୁନ୍ଦର
ବଚନ ମହୁଠୁ ବଳି….
ଆପଣା ଆପଣା ଆଚାର ବିଚାର
ଗୁଣରେ କେ ଯିବ ବଳି…..!!
କେତେ ଲୋକଙ୍କର ହସଟା ସୁନ୍ଦର
ଚହଟ ଚିକ୍କଣ କଥା….
ଠକିବା ପଣରେ ଭାରି ଧୁରନ୍ଧର
ଘୂରିଯିବ ତୁମ ମଥା……!!
କଛି ଲୋକ ଖାଲି ବଡ ବଡ କଥା
ତାଳ ବିସ୍ଫୋଟକ ବାଣ….
ହାତରେ ସିଝେ ନା ଖାଡିଆ ଖଡା ଯେ
ଭାଷଣଟା ଭାରି ଟାଣ….!!
କିଛି ଲୋକଙ୍କର ସ୍ବଭାବ ଏପରି
ଲଗା ଜୁଟା କୁହା କାନ….
ନାରଦ ପଣକୁ ପେଟରୁ ବହିଣ
ଛାଡିବ ମଲେ ଦୁର୍ଗୁଣ…..!!
କେତେ ଲୋକ ବଡ ସାଧୁ ଯେ ସଚ୍ଚୋଟ
ଉପରଟା ଝଲମଲ….
ଖୋଳ କରିବାରେ ଜଗତ ବିକ୍ଷାତ
କାଟନ୍ତି ନିରବେ ଢୋଲ….!!
କଣା ଛୋଟା ଆଉ ବାଙ୍ଗରା ଟିଙ୍ଗରା
ବିଶ୍ବାସ କରିବ ଯିଏ….
ଅନ୍ଧ ବାଡି ଧରି ଅନ୍ଧ କୂପେ ପଡି
ଅକାଳେ ମରିବ ସିଏ….!!
ବିଚିତ୍ର ବିସ୍ମୟ ଲୋକ ଏ ସଂସାରେ
ଆତ ଜାତ କଲେ ହରି….
ଦିଅଁ ଖଟୁଳିକୁ ଚଳୁ କରିବାକୁ
ମନରେ ଚକ୍ରାନ୍ତ କରି….!!
ମଣିଷଟା ବଡ ଚତୁର କପଟୀ
ହଠାତ୍ ଚିହ୍ନିବା କଷ୍ଟ….
ସରଳ କୋମଳ ମଣିଷ ଅଭାବ
ମଳିବେ ସବୁଠି ଦୁଷ୍ଟ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭