ମାଲକାନଗିରି ,୦୭/୧୦(ପିପିଟି) :ଆଜି ମାଥିଲି ବନାଞ୍ଚଳ ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ କାର୍ଯ୍ୟାଳୟ ଠାରେ ୭୦ ତମ ବନ୍ୟ ପ୍ରାଣୀ ସପ୍ତାହ ତଥା ସଚେତନତା ସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମାଥିଲି ବନାଞ୍ଚଳ ଅଧିକାରୀ ବସୁଦେବ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଉପସ୍ଥିତ ଗ୍ରାମବାସୀ, ବନ ସୁରକ୍ଷା ସମିତି ସଭାପତି , ସଭ୍ୟ ମାନେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ସେହିପରି ସଭାରେ ସମ୍ମାନିତ ଅତିଥି ରୂପେ ଶ୍ରୀନିବାସ ମୁଦୁଲି ଗୋବିନ୍ଦ ପାଲି ସରପଞ୍ଚ,ଶ୍ରୀ ମଧୁସୂଦନ ନାୟକ ଧୁଙ୍ଗିଆପୁଟ ସରପଞ୍ଚ ,କୋମଲି ନାୟକ କୁଟଣିପାଲି ସରପଞ୍ଚ, ସମରା ନାୟକ ପୂର୍ବତନ ସରପଞ୍ଚ କତାପାଲି, ଆମ୍ବାଗୁଦା ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀବନ୍ତି ବେହେରା, ତଥା ଜଗନ୍ନାଥ ଦଳେଇ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ବନ୍ୟପ୍ରାଣୀ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ବ୍ଲକ ସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ, ଦ୍ବିତୀୟ ,ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ,ସମ୍ମାନୀତ ଅତିଥି ଓ ବନାଞ୍ଚଳ ଅଧିକାରୀଙ୍କ ଦ୍ବାରା ମାନ ପତ୍ର,ଟ୍ରଫି ଓ ପୁସ୍ତକ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରରେ ସମସ୍ତ ବନପାଳ,ବନ ରକ୍ଷୀ, ଆମ ଜଙ୍ଗଲ ଯୋଜନା କର୍ମଚାରୀ, ପାରା ଷ୍ଟାଫ,ବନ୍ୟପ୍ରାଣୀ ସୁରକ୍ଷା ସ୍କୁଆର୍ଡ ଆଦି ବନ କର୍ମଚାରୀ ସହଯୋଗ କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)