ମାତ୍ରାଧିକ ମାମଲାରେ ଜଡ଼ିତ ପୂର୍ବ ଅଭିଯୁକ୍ତକୁ ଆପଣାଇ ଚର୍ଚ୍ଚାରେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ।

0 63

ଅମର୍ଦ୍ଦାରୋଡ଼,୨୧/୧୧: ବସ୍ତା ବ୍ଲକ୍ କାଦରାୟାଁ ପଞ୍ଚାୟତ ଅନ୍ତର୍ଗତ କାଦରାୟାଁ ଗ୍ରାମର ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ଜୈନିକ ଯୁବକକୁ ବିଜେଡ଼ି ବିତାଡ଼ିତ କରିବା ପରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଉକ୍ତ ଯୁବକଙ୍କ ଘରକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ଏବଂ ଦଳ ଅନ୍ତର୍ଭୁକ୍ତ କରିବା ଘଟଣାକୁ ପଞ୍ଚାୟତବାସୀ ତୀବ୍ର ନିନ୍ଦା କରିଥିବା ବେଳେ ବୁଧବାର ଅପରାହ୍ଣରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣ ନିକଟ ବଜାର ଠାରେ ବିଜେଡ଼ି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ଖୁବ୍ ବିରୋଧ କରିଥିଲେ।ସୂଚନା ଅନୁସାରେ ଗତ ଅପ୍ରେଲ ମାସରେ ଚାନ୍ଦିପୁର ଏବଂ ସଦର ଥାନା ଅଧିନ ବିଭିନ୍ନ ମନ୍ଦିର ଚୋରି ମାମଲାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ନିକଟରୁ କିଛି ଚୋରି ସାମଗ୍ରୀ ଜବତ କରାଯାଇଥିଲା।ସେମାନଙ୍କ ମଧ୍ୟରୁ ୨ଜଣ ବସ୍ତା ଥାନା ଅଞ୍ଚଳର ହୋଇଥିବା ବେଳେ ଜଣେ କାଦାରାୟାଁ ଗ୍ରାମର ୪ ନଂ ଓର୍ଡ଼ସଭ୍ୟା ସାଲେହା ବିବିଙ୍କ ସ୍ବାମୀ ସେକ୍ ସହୀରୁଦ୍ଦିନ ଓରଫ୍ ବାବୁ ରହିଥିଲେ।ପରେ ପୁଲିସ ସେମାନଙ୍କୁ ପଚରା ଉଚୁରା କରିବା ସମୟରେ ସେମାନେ ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଗତ ୫/୬ ମାସରେ ଘଟିଥିବା ଏକାଧିକ ମନ୍ଦିର ଚୋରିରେ ସାମିଲ ଥିବା ନିଜେ ସ୍ୱୀକାର କରିଥିଲେ।ବିଜୁ ଜନତା ଦଳ ଭଳି ଏକ ଶୃଙ୍ଖଳିତ ଦଳର ଭାବମୂର୍ତ୍ତି ନଷ୍ଟ ହେଉଥିବାରୁ ସାହେଲାଙ୍କ ସ୍ବାମୀ ସେକ୍ ସହିରୁଦ୍ଦିନଙ୍କୁ ବସ୍ତା ବ୍ଲକ୍ ବିଜୁ ଜନତା ଦଳର ସଭାପତି ଅନୀଲ ମହାନ୍ତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ଚିଠି ସଂଖ୍ୟା ୧୬୭/୨୦୨୪ ମୂଳେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।ଦୀର୍ଘ ୭ମାସ ପରେ ତାଙ୍କ ସ୍ବାମୀ ସେକ୍ ସାହିରୁଦ୍ଦିନ୍ ଜେଲରୁ ଜାମିନରେ ବାହାରି ଗାଁକୁ ଫେରିଥିଲେ। ଖବର ପାଇ ଗତ ବିଧାନସଭା ନିର୍ବାଚନରେ ବିଜେପି ଦଳରୁ ବିଧାୟକ ଟିକଟରେ ନିର୍ବାଚନ ଲଢୁଥିବା ବ୍ରଜମୋହନ ପ୍ରଧାନ ସେକ୍ ସାହିରୁଦ୍ଦିନଙ୍କ ଘରକୁ ଯାଇ ତାଙ୍କ ବେକରେ ଫୁଲମାଳ ପକାଇ ତାଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ ତୋ ସହିତ ମୁଁ ତଥା ମାନ୍ୟବର ସାଂସଦ, ମୁଖ୍ୟମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ଅଛନ୍ତି।ସୂତରାଂ ତୋର କେହି କିଛି କରିପାରିବେ ନାହିଁ। ଏ ମାମଲାକୁ ମୁଁ ସମାଧାନ କରିଦେବି। ଏଣୁ ତୁ ଏବଂ ତୋର ସ୍ତ୍ରୀ ଆମଦଳରେ ଆଜି ପାଖରୁ କାର୍ଯ୍ୟ କର। ଘଟଣା ବାବଦରେ ଗ୍ରାମବାସୀ ଜାଣିବା ପରେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିଥିଲେ। ଫଳରେ ଆଜି ଅପରାହ୍ଣରେ ବିଜେଡ଼ି ପଞ୍ଚାୟତ ସଭାପତି ଏସ.କେ ଆସିରୁଦ୍ଦିନଙ୍କ ଆହ୍ବାନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏଥିରେ ସମିତି ସଭ୍ୟ ଗୌରାଙ୍ଗ ଜେନାଙ୍କ ସମେତ ୧୬ଜଣ ଓ୍ବାର୍ଡ଼ ସଭ୍ୟ ଉପସ୍ଥିତ ରହି ମାତ୍ରାଧିକ ମାମଲାରେ ଜଡ଼ିତ ପୂର୍ବ ଅଭିଯୁକ୍ତକୁ ଶ୍ରୀ ପ୍ରଧାନ ଆପଣାଇବା ଭଳି ଅନୁକମ୍ପାମୂଳକ ଆଚରଣକୁ ଖୁବ ବିରୋଧ କରିଛନ୍ତି । ଯେଉଁ ବ୍ୟକ୍ତି ନିର୍ବାଚନ ସମୟରେ ତାଙ୍କ ପ୍ରଚାରରେ ଗୋଚାଲାଣକାରୀ ମାନଙ୍କୁ ସୁରକ୍ଷା ଦେବା କଥା କହି ଲୋକମାନଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଥିଲେ ପୁଣି ଏହିଭଳି ଏକ ଅସାମାଜିକ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇ ସମାଜ ପାଇଁ ଏକ ଆତଙ୍କ ସୃଷ୍ଟି କରୁଛନ୍ତି। ଏହ ଆମ ପଞ୍ଚାୟତ ପାଇଁ ଏକ ହୀନ ରାଜନୀତି, ଯାହାଦ୍ବାରା ପଞ୍ଚାୟତରେ ଅସ୍ଥିରତା ସୃଷ୍ଟି ହେବାର କାରଣ ଏକ ଆମ ଭିତରେ ଥିବା ଭାଇଚାରାକୁ କ୍ଷୁର୍ଣ୍ଣ କରିବାର ଏକ ଷଡ଼ଯନ୍ତ୍ର। ଏଣୁ ଏଭଳି ନେତାଙ୍କୁ ଗ୍ରାମବାସୀ ଘୋର ବିରୋଧ କରିବା ସହିତ ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ୍ ଦିଆଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜର କ୍ଷୋଭକ୍ତି ପ୍ରକାଶ କରିଥିଲେ।

Leave A Reply

Your email address will not be published.