ମାଣ ଓଷା ଗୁରୁବାର ପାଇଁ ଅର୍ନଦାତ୍ରୀ ଲକ୍ଷ୍ମୀଙ୍କର ପୂଜା, ମଣ୍ଡପରେ ପୂଜା ପାଇଲେ ଅର୍ନଦାତ୍ରୀ ମା ଲକ୍ଷ୍ମୀ।

0 83

ବୋଲଗଡ଼,୨୧/୧୨(ପିପିଟି): ମାର୍ଗଶିର ମାସର ଶେଷ ଗୁରୁବାର ହୋଇଥିବାରୁ ପୁର ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଘରେ ଅନ୍ନଦାତ୍ରୀ ଲକ୍ଷ୍ମୀଙ୍କର ପୂଜା ବ୍ରତ ମହା ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ତେବେ ହିନ୍ଦୁଧର୍ମର ସଂସ୍କୃତି ପରମ୍ପରା ଅନୁସାରେ ଓଡ଼ିଆ ଘରର ମା ମାନେ ପାରିବାରିକ ମଙ୍ଗଳ କାମନା କରି ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ନିଷ୍ଠାପର ସହକାରେ ପାଳନ କରିଥାନ୍ତି। ଓ ଶେଷ ଗୁରୁବାର ଦିନ ରୀତି ନୀତି ଅନୁସାରେ ଗୋବରରେ ଲିପାପୋଛା କରି ଝୋଟି ଚିତା ପକାଇ ଘରେ ମାଣ ବସାଇ ମା ଲକ୍ଷ୍ମୀ ଙ୍କୁ ଆବାହନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ବୋଲଗଡ଼ ଅଞ୍ଚଳରେ ପ୍ରତ୍ୟେକ ଘରେ ଘରେ ମହାଲକ୍ଷ୍ମୀ ଙ୍କର ପୂଜା ଅର୍ଚନା ପାଳନ କରାଯାଇଛି। ଏହି ଅବସରରେ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାନ କୁମାରୀ ଗ୍ରାମର ମଙ୍ଗଳାଙ୍କ ପୀଠ ପରିସରରେ ପୂଜା ମଣ୍ଡପରେ ଅନ୍ନପୂର୍ଣା ମହାଲକ୍ଷ୍ମୀ ଙ୍କର ଏକାଦଶ ବାର୍ଷିକ ମହୋତ୍ସବ ଯଥାବିଧି ରେ ଅନୁଷ୍ଠିତ ହେଉଅଛି। ପୂଜା ଅର୍ଚନା ଧୁମ୍ ଧାମ୍ ରେ ପାଳନ କରାଯାଉଛି  ଏହି  ପୂଜା ଗୁରୁବାର ଠାରୁ ୩ଦିନ ଧରି ପାଳନ କରାଯିବ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟି ତରଫରୁ ସୂଚନା ମିଳିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.