ପୋଲସରା ,୧୮/୧୦(ପିପିଟି) : ଗତ ଅକ୍ଟୋବର ୧୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା ସିଡିଏମଓ ଡାକ୍ତର ସୁଶାନ୍ତ କୁମାର ନାୟକ, ଡିପିଏମ ବୁଲୁନାଥ ସାହୁ, ଜିଲ୍ଲା ଆକାଉଣ୍ଟ ଏନଟିଇପି ଲୋକନାଥ ପଣ୍ଡା, ଏଏମ ଆଇଇସି/ବିସିସି ପ୍ରଦୀପ କୁମାର ସାହୁ, ଏଏମସିପି ଆଶିଷ କୁମାର ମିଶ୍ର, ଡିପିପିପିସି ସୁଧୀର କାନ୍ତ ବେହେରା ପ୍ରମୁଖଙ୍କୁ ନେଇ ଏକ ଜିଲ୍ଲା ସ୍ଥରୀୟ ଟିମ୍ କରୁଣା ଟ୍ରଷ୍ଟ ଦ୍ଵାରା ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ପରିଦର୍ଶନ କରିବା ସହିତ ବାର୍ଷିକ ନିର୍ଦ୍ଧାରଣ ସମ୍ପାଦନ କରିଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ମାଣିତରା ଆୟୁଷ ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ଵାଳଙ୍କ ସହିତ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ନର୍ସିଂ ଅଫିସର ଗଙ୍ଗା ସାହାଣୀ, ମହିଳା ସ୍ୱାସ୍ଥ୍ୟକର୍ମୀ କୃଷ୍ଣ ପ୍ରିୟା ପଣ୍ଡା, ଲାବୋରେଟରୀ ଟେକନିସିଆନ କାଳୀ ପ୍ରସାଦ ସାହୁ ପ୍ରଭୃତି ସହଯୋଗ କରିଥିଲେ। ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଇଥିଲେ। ଏହି ପରିଦର୍ଶନ ସମୟରେ ସିଡିଏମଓ ଶ୍ରୀ ନାୟକ ସମସ୍ତ ନଥିପତ୍ର ଦେଖିବା ସହ କର୍ମଚାରୀ ବୃନ୍ଦଙ୍କ କାର୍ଯ୍ୟଶୈଳୀ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା