ମାଣିତରା ଓ ନଗୁଡୁ ହାଇସ୍କୁଲରେ ବନମହୋତ୍ସବ ।

0 297

ପୋଲସରା ,୧୫/୦୭(ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଓ ନଗୁଡୁ ନଟବର ଶିକ୍ଷା ନିକେତନରେ ଜୁଲାଇ ୧୫ ତାରିଖ ଦିନ ୭୬ ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଭୟ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ମାଣିତରା କ୍ଲଷ୍ଟର ସିଆରସିସି ଶଶିକାନ୍ତ ପାତ୍ର ଯୋଗଦେଇଥିଲେ। ମାଣିତରା ହାଇ ସ୍କୁଲରେ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ତତ୍ତ୍ୱାବଧାନରେ ବୃକ୍ଷ ରୋପଣର ଉପକାରିତ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଇଓ ଶ୍ରୀ ମହାପାତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେହିପରି ନଗୁଡୁ ହାଇ ସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିକ୍ରମ ବେହେରାଙ୍କ ତତ୍ତ୍ୱାବଧାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ବିଇଓ ଶ୍ରୀ ମହାପାତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଭୟ ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ ଏବଂ ଛାତ୍ରଛାତ୍ରୀ ବୃନ୍ଦ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.