ବେଲଗୁଣ୍ଠା, ୨୨/୦୭)ପିପିଟି) : ବର୍ତ୍ତମାନ ମାଟି ଇଟାକୁ ସରକାର ବେଆଇନ୍ ଘୋଷଣା କରିଥିବା ବେଳେ କେବଳ ଚିମିନି ଭାଟିକୁ ହିଁ ମାଟି ଇଟା ନିର୍ମାଣ ପାଇଁ ଅନୁମୋଦନ ମିଳିଛି । ଗତ କିଛି ଦିନ ହେବ ବେଲଗୁଣ୍ଠା ଏବଂ ଭଞ୍ଜନଗର ଅଞ୍ଚଳରେ ଇଟା ଭାଟି ବନ୍ଦ ହୋଇଥିବା ବେଳେ ଆସିକା ଏବଂ ହିଞ୍ଜିଳି ଅଞ୍ଚଳରୁ ମାଟି ଇଟା ଆସି ଏହି ଅଞ୍ଚଳରେ ବିକ୍ରି ହେଉଛି । ଏହାକୁ ସ୍ଥାନୀୟ ପ୍ରଶାସନ ତରଫରୁ ତୀକ୍ଷ୍ଣ ନଜର ରଖାଯାଇଛି । ଆଜି ଆସିକା ନିକଟସ୍ଥ ଆଲୀପୁର ଗ୍ରାମରୁ OD07E2565 ନମ୍ବର୍ ବିଶିଷ୍ଟ ଏକ ଟ୍ରକ୍ ରେ ଇଟା ବୋଝେଇ ହୋଇ ମନ୍ଦାର ଗ୍ରାମକୁ ଯାଉଥିବା ବେଳେ ଖବର ପାଇ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଗୋବରା ରାଜସ୍ୱ ନିରିକ୍ଷକ ଇଟା ବୋଝେଇ ଗାଡିଟିକୁ ଅଟକାଇ ଯାଞ୍ଚ୍ କରିଥିଲେ । ଗାଡିଟିରେ 4000 ମାଟି ଇଟା ବୋଝେଇ ହୋଇଥିବା ବେଳେ ଗାଡ଼ିର ଉପଯୁକ୍ତ କାଗଜପତ୍ର ନଥିଲା । ଏନେଇ ଗାଡ଼ି ଉପରେ ତିରିଶି ହଜାର ଟଙ୍କା ଜୋରିମାନା ପକାଇବା ପରେ ଆଲୀପୂର ଗ୍ରାମର ରାଜେଶ୍ କୁମାର ପାତ୍ର ତିରିଶି ହଜାର ଟଙ୍କା ଜୋରିମାନା ପୈଠ କରି ଗାଡ଼ି ମୁକୁଳାଇ ଯାଇଥିଲା ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା