ମାଆଙ୍କ ମୃତ୍ୟୁ ପରେ ଶରୀର ଦାନ ପରେ ରକ୍ତଦାନ ଶିବିର ।

0 227

ବ୍ରହ୍ମପୁର,୧୭/୦୮(ପିପିଟି): ମାଆଙ୍କ ମୃତ୍ୟୁ ପରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜକୁ ତାଙ୍କର ଶରୀର ଦାନ କରିଥିବା ପୁତ୍ର ତଥା ପାରଳାଖେମୁଣ୍ଡି ସ୍ଥିତ ଏସକେସିଜି କଲେଜର ଗଣିତ ବିଭାଗର ସହକାରୀ ପ୍ରଫେସର ଅଶ୍ୱିନୀ କୁମାର ରାଉତ ଓ ଭାଇ କୋରା ରାଉତ ନିଜର ମାଆ ଚନ୍ଦ୍ର ରାଉତଙ୍କ ସ୍ମୃତିରେ ଓ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଳବର ସହଯୋଗରେ ନିଜ ଗାଁ ଖଲ୍ଲିଙ୍ଗି ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ପାଇଁ ମାଆଙ୍କ ମୃତ୍ୟୁ ପରେ ଶରୀରଦାନ ଏବଂ ତାଙ୍କ ସ୍ମୃତିରେ ଏଭଳି ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । ଏଭଳି ପଦକ୍ଷେପ ସମାଜକୁ ଏକ ଭଲ ବାର୍ତ୍ତା ଦେବା ସହ ବଞ୍ଚିଥିବା ବେଳେ ରକ୍ତଦାନ ଓ ମୃତ୍ୟୁ ପରେ ଶରୀରଦାନ କରିବାକୁ ଅନ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ସ୍ଥାନୀୟ ବିଜୁ ପାଠାଗାର ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କାହ୍ନୁ ନାହାକ, ଦିଲୀପ ନାହାକ, କାଳିଆ ପ୍ରଧାନ, ଶମ୍ଭୁ ରାଉଳ, ବି. ସତୀଶ କୁ. ସୁବୁଦ୍ଧି, ହରିହର ସାହୁ, ମନୋଜ କୁମାର ସାହୁ, କାଳୁ ଚରଣ ଲେଙ୍କା, ନିରଞ୍ଜନ ପାତ୍ର, ଭଗବାନ ପାତ୍ର,ସୁବ୍ରତ କୁମାର ସାହୁ,ଅଶୋକ କୁମାର ସ୍ୱାଇଁ, ଅଶୋକ କୁମାର ସାହୁ,ଗଗନ ରାଉଳ,ପିଣ୍ଟୁ ସ୍ୱାଇଁ, କାହ୍ନୁ ଲେଙ୍କା,ସଞ୍ଜୟ କୁମାର ରାଉତ, ଜିତେନ୍ଦ୍ର ନାହାକ, ରବିନାରାୟଣ ବିଶ୍ୱାଳ,ଚିତ୍ତ ରଞ୍ଜନ ସୁଆସିଅ, ସୁନୀଲ ମହାନ୍ତିଙ୍କ ସମେତ ୨୨ ଜଣ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଵେଚ୍ଛାକୃତ ରକ୍ତଦାତାମାନଙ୍କ ସଂଘ (ଏ.ଭି.ବି.ଡି) ଓଡ଼ିଶାର ସମ୍ପାଦକ ସୁଶାନ୍ତ ଘୋଷ, ରଜନୀକାନ୍ତ ବକ୍ସି, କେ. ପୁରୁଷୋତ୍ତମ ସୁବୁଦ୍ଧି ଓ ମାନବବାଦୀ ହେତୁବାଦୀ ସଂଗଠନର ଗଞ୍ଜାମ ଜିଲ୍ଲା ସମ୍ପାଦକ କେ.ନନ୍ଦେଷୁ ସେନାପତି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନଙ୍କ ତତ୍ବାବଧାନରେ ଏହି ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.