ମାଁ ବ୍ରାହ୍ମଣ ଦେବୀଙ୍କ ଯାତ୍ରା ପରେ ବାପ ଘର ତରଫରୁ ଗଲା ଶାଗ ମାଛ ।

0 199

ବେଲଗୁଣ୍ଠା ,୦୪/୦୬(ପିପିଟି):ସମାପନ ହୋଇ ଯାଇଛି ଭକ୍ତି, ବିଶ୍ୱାସ, ସଂସ୍କୃତି ଓ ପରମ୍ପରାର ପର୍ବ ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ।ସ୍ୱଗୃହ ତଥା ଶାଶୁ ଘରକୁ ମାଁ ବ୍ରାହ୍ମଣ ଦେବୀ ବାପଘରକୁ ଆସି ଦୀର୍ଘ ଏକ ମାସ ହେବ ସହରରେ ଦେବୀଲୀଳା ରଚି ଏକ ଭକ୍ତି ମୟ ପରିବେଶ ସୃଷ୍ଟି କରିଥିଲେ ।ଏକ ତାରିଖ ମଧ୍ୟ ରାତ୍ରୀରେ ସ୍ଥାୟୀ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା ଏହି ଯାତ୍ରା ସରିଲା ପରେ ମାଁ ସ୍ୱଗୃହ ପ୍ରତ୍ୟାବର୍ତ୍ତନର ଚାରି ଦିନ ଅବସରରେ ମାଁ’ଙ୍କ ବାପ ଘର କୋଳି ସାହି ତରଫରୁ ପୀଠରେ ଶାଗ ମାଛ ପ୍ରଦାନ କରାଯାଇଛି ‌।କୋଳି ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା କରାଇ ଥିବା ସମସ୍ତ ସାହି,ସଙ୍ଗଠନ,ବ୍ୟକ୍ତି ବିଶେଷଙ୍କ ସହିତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।ପୁର୍ବାହ୍ନ ରେ କୋଳି ସାହି ବାସିନ୍ଦା ଏକ ଶୋଭାଯାତ୍ରାରେ ବାହାରି ମାଁ ଙ୍କ ପୀଠରେ ପହଞ୍ଚି ଥିଲେ । ସେଠାରେ ମାଁ ବ୍ରାହ୍ମଣ ଦେବୀଙ୍କୁ ପୁଜାର୍ଚନା କରିବା ପରେ ମାଁ ଙ୍କୁ ଭୋଗ ଅର୍ପଣ କରାଯାଇଥିଲା ।ପରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ସହରବାସୀ ଯୋଗ ଦେଇ ପ୍ରସାଦ ସେବନ କରି ମାଁ ଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ।ସମସ୍ତେ କାର୍ଯ୍ୟକ୍ରମକୁ କୋଳି ସାହି ଯାତ୍ରା କମିଟି ସଭାପତି ଲୋକନାଥ ପାତ୍ର, ସମ୍ପାଦକ ବିଭୂତି ପାତ୍ର, ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ଦେବରାଜ ବେହେରା,କୈଳାସ ପାତ୍ର,ପ୍ରଶାନ୍ତ ପତି,ରଜନୀ ମହାପାତ୍ର, ସଦାଶିବ ପାଣିଗ୍ରାହୀଙ୍କ ସମେତ କୋଳି ସାହି ଯୁବକ ସଙ୍ଘ,ସାହି ବାସିନ୍ଦା ସହଯୋଗ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.