ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଉଦଘାଟିତ ।

0 204

ସୁବର୍ଣ୍ଣପୁର ,୧୧/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ପ୍ରସିଦ୍ଧ ଶୈବପୀଠ ଚରଦାରେ ଅନୁଷ୍ଟିତ କଳାସୀ ଯାତ୍ରା ପରିପ୍ରେକ୍ଷୀରେ ୩ବର୍ଷରେ ପଦାର୍ପଣ କରିଥିବା ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି।ପ୍ରାରମ୍ଭରେ ମାଁ ଚରଦେଇ ଙ୍କ ଠାରେ ଯଥାରୀତି ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଲୋକ ମହୋତ୍ସବ ପଡିଆକୁ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା ।କମିଟି ସଭାପତି ଅଶୋକ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବୀରମହାରାଜପୁର ବିଧାୟକ ତଥା ମହୋତ୍ସବ କମିଟି ଅଧ୍ୟକ୍ଷ ରଘୁନାଥ ଜଗଦଲା ମୁଖ୍ୟ ଅତିଥି,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ,ଏନଏସି ଅଧ୍ୟକ୍ଷ ସୁବାସ ଭୋଇ,ସରପଞ୍ଚ ବୃନ୍ଦାବତି ନାୟକ,କଳାକାର ଶାଶ୍ଵତ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ମାନେ ଏ ଅଞ୍ଚଳର କଳା,ସଂସ୍କୃତି,ପରମ୍ପରା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଦଣ୍ଡ ସମ୍ରାଟ ରସିକ ସାହୁ ଓ ଦଣ୍ଡ ନୃତ୍ୟ ବିପିନ ଜାଲଙ୍କୁ ଅତିଥି ମାନେ ଚରଦେଇ ସମ୍ମାନରେ ସମ୍ମାନିତ କରିଥିଲେ ।ପରେ ଡୁଙ୍ଗୁରିପାଲିର ଉଦଘୋଷିକା ଭକ୍ତ ପ୍ରସାଦ ପ୍ରଧାନ ଓ ବରଗଡ ଉଦଘୋଷିକା ରିୟା ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ସୁନ୍ଦରଗଡ଼ ମାଁ ଲକ୍ଷ୍ନୀ କିଷାନ ନୃତ୍ୟ ଦଳ ତରଫରୁ ଝୁମେର ପରିବେଷଣ ଦର୍ଶକଙ୍କୁ ମୁଗ୍ଧ କରିଥିଲା ।ସେହିପରି ସମ୍ବଲପୁରର ଟ୍ରାଇବାଲ ଏଣ୍ଡ ଫୋକ ଏକାଡେମୀ,ସେଲେଡି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ୍ୟାକେନ୍ଦ୍ର,ବିନିକା ନୃତ୍ୟ ନିକେତନ,କଇନ୍ତରା ଦେବାନନ୍ଦ ଦାସ,ସୋନପୁର ସୁପ୍ରିୟା ଶର୍ମା,ଘୋଡ଼ାଧାର ନିରାକାର ଦେହୁରୀ,ଡୁଙ୍ଗୁରିପାଲି ଦିପା ନାଗ,ବରଗଡ଼ ତପସ୍ଵିନୀ ଦାଶ,କୌଡ଼ିଆମୁଣ୍ଡା ବିବେକାନନ୍ଦ ପଣ୍ଡା ଆଦିଙ୍କ ତରଫରୁ ମଞ୍ଚରେ ଲୋକଗୀତ ପରିବେଷଣ ହୋଇଥିଲା।ଦର୍ଶକ ମାନେ ମନଭରି ରାତି ତମାମ ଉପଭୋଗ କରିଥିଲେ ।ଶେଷରେ ଯୋଗଦେଇଥିବା ବିଭିନ୍ନ ଅନୁଷ୍ଠାନ ର କଳାକାର ମାନଙ୍କୁ କମିଟି ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.