ବ୍ରହ୍ମପୁର,୩୧/୦୮(ପିପିଟି);ଗଞ୍ଜାମ ଜିଲ୍ଲାରେ ଅବକାରୀ ଧରପଗଡ ଦିନ କୁ ଦିନ ଜୋର୍ ଧରିବାରେ ଲାଗିଛି । ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଆଜି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଚାନ୍ଦିପୁଟ୍ ରୁ ବିହାର ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବ୍ରହ୍ମପୁର ଉପକଣ୍ଠ ମହୁରୀକାଳୁଆ ଛକ ରାସ୍ତାରେ ଅବକାରୀ ବିଭାଗ ତରଫରୁ ଚଢାଉ କରି ୩୫୦ କେଜି ରୁ ଉର୍ଦ୍ଧ୍ବ ଏକ ଗଞ୍ଜେଇ ଟ୍ରକକୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ହେଲେ ବିହାର ର ଅରବିନ୍ଦ କୁମାର (୨୮) , ନୀତିଶ୍ କୁମାର ( ୨୩) ।ସୂଚନା ଅନୁଯାୟୀ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏକ ଟିମ୍ ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତା ମହୁରୀ କାଳୁଆ ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗଜପତି ଜିଲ୍ଲା ଚାନ୍ଦିପୁଟ୍ ରୁ ଆସୁଥିବା ଡବ୍ଲୁ ବି -୨୫-ଜି-୮୬୮୪ ଗାଡ଼ି କୁ ସନ୍ଧେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଟ୍ରକ୍ ରେ ଥିବା ଏକ ଗୁପ୍ତ ଚାମ୍ବର ମଧ୍ୟରୁ ୩୮୫ କେଜି ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର ହେଲ୍ଫର ଦୁଇ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୯ଲକ୍ଷ ୨୫ହଜାର ଟଙ୍କା ହେବ ବୋଲି ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି । ଟ୍ରକ୍ ରେ ଏକ ଗୁପ୍ତ ଚାମ୍ବର କରାଯାଇ ଏସବୁ ଗଞ୍ଜେଇ ଚାଲାଣ ହେଉଥିଲା । ଏହି ଚଢାଉରେ ଅବକାରୀ ଗୁଇନ୍ଦା ବିଭାଗର ଏସ୍ ଆଇ ବିଶ୍ୱଜିତ୍ ଦାସଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ୍ ସାମିଲ ଥିଲେ । ତେବେ ସବୁ ଠୁ ବଡ଼ କଥା ହେଲା କି ଏଭଳି ଗଞ୍ଜେଇ ଚାଲାଣ କେବେ ଠାରୁ ଏମାନେ କରୁଛନ୍ତି । ଏଥିରେ ମୁଖ୍ୟ କିଏ ଓ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା। )