ମହୁମାଛି ଆକ୍ରମଣରେ ମୃତ୍ୟୁବରଣ କଲେ ମହିଳା ।

0 244

ଭଞ୍ଜନଗର ୦୮/୦୮(ପିପିଟି) :ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି ଗୋପୀନାଥ ସାହିରେ ମହୁମାଛି ଆକ୍ରମଣେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଝୁନୁ ପାଳ ବୋଲି ଜଣାପଡିଛି।ମହୁମାଛି ଆକ୍ରମଣରେ ତାଙ୍କ ପୁଅ ମଧ୍ୟ ଗୁରୁତର ହୋଇଛନ୍ତି।ସୂଚନାନୁସାରେ, ଝୁନୁ ନିଜ ଘର ବାଡ଼ି ପଟେ କାମ କରୁଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ଉଦ୍ଧାର କରିବାପାଇଁ ଆସିଥିବା ତାଙ୍କ ପୁଅ ମଧ୍ୟ ମହୁମାଛି ଆକ୍ରମଣରେ ଆହତ ହୋଇଥିଲେ।ପରିବାର ଲୋକ ତୁରନ୍ତ ଝୁନୁଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ଝୁନୁ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା କୁ ପଠାଇଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ଝୁନୁଙ୍କ ମୃତ୍ୟୁ ଘଟିଛି।ଖବର ପାଇ ଭଞ୍ଜନଗରର କଂଗ୍ରେସ ନେତା କୁଲୁ ଭୁୟାଁ ମେଡିକାଲରେ ପହଞ୍ଚି ପରିବାର ଲୋକ ଙ୍କ ସହ ଆଲୋଚନା କରିବା ସହ ମୃତ ଦେହ ଘରକୁ ପଠାଇବାରେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.