ସୁବର୍ଣ୍ଣପୁର ,୨୬/୦୬(ପିପିଟି):ରାଜ୍ୟର ମହିଳା ସାମ୍ବାଦିକଙ୍କ ପ୍ରତି ଆକ୍ରୋଶ ର ପ୍ରତିବାଦ ରେ ଆଜି ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ସାମ୍ବାଦିକ। ଦିନକୁ ଦିନ ସାମ୍ବାଦିକ ମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ତାଙ୍କ ସାମାଜିକ ସୁରକ୍ଷା ପ୍ରତି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ଅର୍ଗସ ଟିଭି ମହିଳା ସାମ୍ବାଦିକଙ୍କ ନିକଟକୁ କୁକୁର ଛାଡି ଆକ୍ରମଣ କରାଇବା ପୁଣି ଦୋଷୀ ଖୋଲା ଚ୍ୟାଲେଞ୍ଜ କରିବା ଘଟଣାର ଦୃଢ଼ ନିନ୍ଦା କରିବା ସହିତ ଏହାର ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ଏବଂ ରାଜ୍ୟର ସାମ୍ୱାଦିକ ଙ୍କ ନିରାପତ୍ତା ଓ ପୂର୍ଣ୍ଣ ସ୍ଵାଧୀନତା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ବିଭିନ୍ନ ନାରା ବାଜି ଦେଇ ଛନ୍ତି l ବିଜେଡିର ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଗତକାଲି ମହିଳା ସାମ୍ବାଦିକଙ୍କ ଉପରେ କୁକୁର ଛାଡି ସାମ୍ବାଦିକଙ୍କୁ କୁକୁର ଆକ୍ରମଣ କରିବା ପାଇଁ ନିର୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ ରେ ଆଜି ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ