ମହିଳା ଏବଂ ବାଳିକା ହିଂସା ବିରୋଧିପକ୍ଷ ।

0 212

ଯାଜପୁର,୧୦/୧୨(ପିପିଟି): ଯାଜପୁର ଜିଲ୍ଲାରେ ମହିଳାମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟରତ ୱାନ୍ ଗ୍ରୁପ୍ ସେଣ୍ଟର୍ (ସଖୀ) ଓ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ସହାୟତାରେ ଷୋହଳ ଦିବସୀୟ ମହିଳା ହିଂସା ବିରୋଧୀ ସଚେତନତା ଅଭିଯାନ ଆରମ୍ଭ ହୋଇ ବିଭିନ୍ନ ଆଇ ସି ଡି ଏସ ପ୍ରୋଜେକ୍ଟ, ବ୍ଲକ୍ ଅଫିସ, ଅଙ୍ଗନବାଡି ସେଣ୍ଟର୍, ବିଭିନ୍ନ ସ୍କୁଲ୍, ଶକ୍ତି ସଦନ, ଗୃହ ଏବଂ ସଖୀ ଅଫିସରେ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଆଜି ଏହି ପକ୍ଷର ଉଦଯାପନୀ ଉତ୍ସବ ଜିଲ୍ଲା ମିଶନ ଶକ୍ତି ଭବନରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଯୋଗଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସବିତା ଚ୍ୟାଉ ପଟ୍ଟନାୟକ ଲିଙ୍ଗ ଭିତ୍ତିକ ହିଂସା ଘରୋଇ ହିଂସା,କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ଓ ତାହାର ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ବାଲ୍ୟ ବିବାହ, ଶିଶୁ ଶ୍ରମିକ “୧୦୯୮” ଚାଇଲ୍ଡ ଲାଇନ ଉପରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଆଇନଜିବି ଅଖିଳ ମୋହନ ଦାସ ନାରୀ ସୁରକ୍ଷାର ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ସିଡିପିଓ ମାନେ,ଲେଡୀ ସୁପରଭାଇଜର ମାନେ, ଅଙ୍ଗନବାଡି କର୍ମୀ କିଶୋର ବାଳକ ଏବଂ ବାଳିକା, ଶକ୍ତି ସଦନ କର୍ମଚାରୀ ଯୋଗଦେଇଥିଲେ । ବିଭିନ୍ନ ବ୍ଲକର ବାଳକ ବାଳିକାଙ୍କ ଦ୍ଵାରା ନୃତ୍ୟ ଏବଂ ଏକକ ଅଭିନୟ ପରିବେଷଣ କରାଯାଇଥିଲା। ଅତିଥିମାନଙ୍କ ଦ୍ଵାରା ପ୍ରତିଯୋଗିତାର କୃତ୍ତି ବାଳକ ବାଳିକାଙ୍କୁ ପୁରସ୍କୃତ କରାଯାଇଥିଲା। ଦଶରଥପୁର ବ୍ଲକ, ବିରଜାପୁର ପଞ୍ଚାୟତର ସରପଞ୍ଚ ନିରାକାର ସାହୁଙ୍କୁ ସମାଜ କଲ୍ୟାଣ ଓ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ଅବଦାନ ନିମନ୍ତେ ତାଙ୍କୁ ଜିଲ୍ଲା ସମାଜ ମଙ୍ଗଳ ତରଫରୁ ସମ୍ମାନିତ କରାଯାଇଥିଲା। ଏଥିରେ ନିବେଦିତା ଶରଣ (କେନ୍ଦ୍ର ପରିଚାଳିକା, ସଖୀ), ଯାଜପୁର ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗ କର୍ମଚାରୀ ଏବଂ ସଖୀ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା। ଶେଷରେ ଜିଲ୍ଲା ସଂଯୋଜିକା ଆକ୍ସନ ଏଡ଼ ରୋଜାଲିନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.