କୋଦଳା,୦୭/୦୯(ପିପିଟି):ବୁଧବାର ବିଦ୍ୟୁତ ଆଘାତରେ ଇନାମ ବେଲପଡାର ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା ବେଳେ ଆଜି ଗୁରୁବାର ବି. ନୁଆପଲି ଗ୍ରାମର ଜଣେ ମହିଳାଙ୍କୁ ଗୋଟିର ମହିନ୍ଦ୍ରା xuv ଗାଡି ଧକ୍କା ଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ କୋଦଳା ଏନ୍ଏସି ୱାର୍ଡ ନଂ ୧ ବି. ନୁଆପଲି ଗ୍ରାମର ତ୍ରିଲୋଚନ ପରିଡାଙ୍କ ପୁତ୍ରବଧୂ ସୁନିତା ପରିଡା କୌଣସି କାର୍ଯ୍ୟରେ କୋଦଳା ଆସି ନିଜ ଗ୍ରାମକୁ ଫେରୁଥିବା ସମୟ ରେ ବି. ନୂଆପଲ୍ଲୀ ଛକ ଶଙ୍ଖ ନିକଟରେ ୩.୫୦ ମିନଟ ସମୟରେ ପଛପଟୁ ଏକ ଦ୍ରୁତଗାମୀ ମହିନ୍ଦ୍ରା xuv 500 ଯାହାର ନଂ HR26BN1140 ଚାରିଚକିଆ ଗାଡି ଉକ୍ତ ମହିଳାଙ୍କୁ ଧକ୍କାଦେଇ କେନାଲ ମଧ୍ୟକୁ ଖସି ପଡିଥିଲା ଏବଂ ମହିଳା ଜଣଙ୍କ ଛିଟିକି ତଳେ ପଡିଯାଇଥିଲା, ସେହି ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ମହିଳାଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କୋଦଳା ପୋଲିସ ପହଞ୍ଚି ଶବ ବ୍ୟବଛେଦ ନିମନ୍ତେ ପଠାଇବା ସହିତ ଉକ୍ତ ଗାଡିକୁ ଜବତ କରିଛନ୍ତି!ଡ୍ରାଇଭର ଫେରାର ଥିବାନେଇ ଥାନା ଅଧିକାରୀ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )