ମାଲକାନଗିରି ,୦୮/୦୩(ପିପିଟି) : ଆଜି ମହାଶିବରାତ୍ରି ରାତ୍ର ହେତୁ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଶୈବ ମନ୍ଦିର ଗୁଡ଼ିକରେ ଶୈବ ଭକ୍ତ ଙ୍କ ସମାଗମ ରହିଥିବା ବେଳେ ମାଲକାନଗିରି ସଦରମହକୁମା ସ୍ଥିତ ମଲ୍ଲୀକେଶ୍ବର ଶୈବପୀଠ ଅନ୍ୟତମ। ଏହି ଶୈବପୀଠଟି ମାଲ୍ଯବନ୍ତ ପାଡାହର ମଧ୍ୟ ଭାଗରେ ଅବସ୍ଥିତ। ପାହାଡକୁ ଚଢିବା ପାଇଁ ପାହାଚ ରହିଛି।
ମାତ୍ର ଗାଡ଼ି ଯିବା ପାଇଁ ବାଇ ପାଶ ରୋଡ କରାଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ମନ୍ଥର ହେତୁ ଯାନବାହାନ ଚଳାଚଳ ହୋଇ ପାରୁ ନାହିଁ। ଫଳରେ ବୃଦ୍ଧବୃଦ୍ଧା ଶ୍ରଦ୍ଧାଳୁମାନେ ତୀଖ ପାହାଚ ଚଢିବା ପାଇଁ ଅକ୍ଷମତା ପ୍ରକାଶ କରିଥାନ୍ତି। ତଥାପି ଅନ୍ୟାନ୍ୟ
ଶୈବପୀଠ ତୁଳନାରେ ମଲ୍ଲୀକେଶ୍ବର ଶୈବପୀଠରେ ଶ୍ରଦ୍ଧାଳୁମାନଙ୍କ ଭିଡ ଅଧିକ ରହିଥାଏ । ମଲ୍ଲିକେଶ୍ୱର ଶୈବପୀଠରେ ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ଠାକୁରଙ୍କ ଦର୍ଶନ କରିଥିଲେ। ପୁଷ୍ପ, ବେଲପତ୍ର, ଧୂପ,ଦୀପ,ନଡ଼ିଆ, କଦଳୀ,କ୍ଷୀର ନେଇ ଭକ୍ତମାନେ ପାହାଡ ଚଢି ଭକ୍ତି ଭାବରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ମଲ୍ଲିକେଶ୍ୱର ଶୈବ ପୀଠରେ ଏହି ସମୟରେ ଭକ୍ତ ତଥା ମାନସିକ ଧାରି ମାନେ ଏହି ମଲ୍ଲିକେଶ୍ୱର ପୀଠରେ ଜାଗର ଦୀପ ଜାଳି ନିଜର ମନସ୍କାମନା ପୂରଣ କରିଥାନ୍ତି । ମଲ୍ଲୀକେଶ୍ବର ଶିବଲିଙ୍ଗଟି ପ୍ରକୃତି ଶୈବଲିଙ୍ଗ, ଯାହା କି ଅନ୍ଯତ୍ର ବିରଳ । ଏଠିକା ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ।ଯବକ ଯୁବତୀମାନେ ଏଠାରେ ମୋବାଇଲର ଫଟୋଚିତ୍ର ଉତ୍ତୋଳନ କରି ଆତ୍ମତୃପ୍ତି
ଉପଲବ୍ଧ କରନ୍ତି। ଏହି ପାହାଡ ଚୁଡା ରେ ଦଣ୍ଡାୟମାନ ହେଲେ
ମାଲକାନଗିରି ସହର ପ୍ରତିଛବି ଦର୍ଶନାଭିଳାଷୀ ବ୍ୟକ୍ତି ବିଶେଷଙ୍କୁ ମନ୍ତ୍ର ମୁଗ୍ଧ କରିଥାଏ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)