ମହାଶିବରାତ୍ରିରେ ବେଲେଶ୍ୱର ପୀଠ ଚଳ ଚଞ୍ଚଳ ।

0 209

ଭଞ୍ଜନଗର, ୧୫/୦୨(ପିପିଟି):ଆଜି ହେଉଛି ମହା ଶିବରାତ୍ରୀ।ତେଣୁ ସମସ୍ତ ଶୈବପୀଠ ଶିବ ପଞ୍ଚାକ୍ଷରରେ ଚଳ ଚଞ୍ଚଳ ହୋଇ ଉଠିଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାର ନିକଟ ପାହାଡ଼ ପାଦ ଦେଶରେ ରହିଛି ପ୍ରସିଦ୍ଧ ବେଲେଶ୍ୱର ପୀଠ।ବେଲ ବଣରେ ଉକ୍ତ ଅଞ୍ଚଳ ପରିପୂର୍ଣ୍ଣ ଥିବାରୁ ଏହାର ନାମ ବେଲେଶ୍ୱର ପୀଠ ରଖାଯାଇଛି।ଏଠାରେ ସର୍ବୋଚ୍ଚ ୬୧ଫୁଟ ଉଚ୍ଚର ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ରହିଛି।ଏହାର ଚତୁଃପାର୍ଶ୍ଵରେ ଶ୍ରୀ ଗଣେଶ, କାର୍ତ୍ତିକ,ମାତା ପାର୍ବତୀଙ୍କ ସମେତ ୫ଟି ମନ୍ଦିର ରହିଛି।ପ୍ରାକୃତିକ ଓ ସୁନ୍ଦର ପରିବେଶ ମଧ୍ୟରେ ମନ୍ଦିର ଗୁଡ଼ିକ ରହିଥିବାରୁ ବର୍ଷ ତମାମ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।ଆଜି ଶିବରାତ୍ରୀ ଅବସରରେ ମଧ୍ୟ ଦିନ ତମାମ ଭକ୍ତଙ୍କ ସମାଗମ ଲାଗି ରହିଛି।ସେହିପରି ଆଖପାଖରେ ଥିବା ବିଭିନ୍ନ ଶୈବାଳୟରେ ମଧ୍ୟ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଭଗବାନ ଶିବଙ୍କ ପ୍ରିୟ ଫୁଲ,ଫଳ, ବେଲପତ୍ର ଓ ଭୋଗ ସାମଗ୍ରୀ ନେଇ ମନ୍ଦିରରେ ଦର୍ଶନ କରିଥିଲେ।ସନ୍ଧ୍ୟାରେ ସମୟରେ ମଧ୍ୟ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ଆଶୀର୍ବାଦ ଲାଭ କରିବା ପାଇଁ ଭକ୍ତମାନେ ଉପବାସ ରହି ଜାଗର ଜାଳିବା ପାଇଁ ଏକାଠି ହୋଇ ମହାଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି।ସେହିପରି ବହୁ ସ୍ଥାନରେ ଭଜନ, କୀର୍ତ୍ତନ, ଶିବ ପୁରାଣ ଭଳି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ସନ୍ଧ୍ୟାରେ ପ୍ରବଳ ଭିଡକୁ ଦେଖି ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ କର୍ମଚାରୀଙ୍କୁ ମୃତୟନ କରାଯାଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.