ମହାପ୍ରଭୁଙ୍କ ସ୍ନାନ ପାଇଁ ନୂତନ କୂଅ ପ୍ରତିଷ୍ଠା ।

0 209

ଉଲୁଣ୍ଡା ,୩୧୵୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କ ସ୍ନାନ ପାଇଁ ଏକ ନୂତନ କୂଅ ପ୍ରତିଷ୍ଠା ହୋଇଯାଇଛି । ଆସନ୍ତା ଜୁନ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେଉଥିବାବେଳେ ପୂର୍ବବର୍ଷ ମହାନଦୀ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଉଥିଲା । ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ପାଇଁ ଏକ ନୂତନ କୂଅ ଖୋଳାଜାଇ ଆଜି ଏହାର ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପଣ୍ଡିତ ଦେବାର୍ଚ୍ଚନ ଦାସ,ବଦ୍ରିନାରାୟଣ ଶତପଥୀ ଏବଂ ଚିତ୍ତରଞ୍ଜନ ପାଢୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଚମରା ଅମାତ କର୍ତା ଦାୟିତ୍ୱ ତୁଲାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢୀ, ଜଗଦୀଶ କର୍ଣ୍ଣ,ମହାଦେବ ସାହୁ, ନଳିନୀକାନ୍ତ ବାଘ ପ୍ରମୁଖଙ୍କ ସମେତ ବହୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.