ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଉଦଘାଟିତ।

0 293

ବୋଲଗଡ଼ ୨୯/୦୧(ପିପିଟି): ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ସଂପୁରଗ୍ରାମସ୍ଥିତ ଚତୃଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ତତ୍ୱାବଧାନରେ ବିଦ୍ୟାଳୟ ପରିସରରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସଙ୍କ ଅଧକ୍ଷତାରେ ମୁଖ୍ୟଅତିଥିଭାବେ ସ୍ୱାଭିମାନ ମଞ୍ଚର ଉପଦେଷ୍ଠା ତଥା ମହାପୁରୁଷ ପ୍ରତିମୂର୍ତ୍ତି ଦାତା ପ୍ରସନ୍ନ କୁମାର ହୋତା, ମୁଖ୍ୟବକ୍ତା ଭାବେ ବୋଲଗଡ଼ ଗୋଷ୍ଠୀଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଓ଼ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ନାଥ ସ୍ୱାଇଁ, ପୂର୍ବତନ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାପାତ୍ର, କିଶୋର ଚନ୍ଦ୍ର ଭଞ୍ଜ, ଲଷ୍ମୀଧର ସାମନ୍ତରାୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରାକ୍ତନ ପରିଚାଳକ ବାସୁଦେବ ସାହୁ, ସ୍କୁଲ ପରିଚାଳନା କମିଟି ଅଧକ୍ଷା ବିନୋଦିନୀ ଦତ୍ତ ଏବଂ ବିଶିଷ୍ଠ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା ପ୍ରମୁଖଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ। ଉତ୍ସବର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶିକ୍ଷକ ବିଭୂପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ସମସ୍ତ ନିମନ୍ତ୍ରିତ ଅତିଥି ସହିଦ ଜୟୀ ରାଜଗୁରୁ, ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନବ ଉତ୍କଳ ନିର୍ମାତା ମଧୁସୂଦନ ଦାସଙ୍କ ପ୍ରତିଷ୍ଠିତ ପ୍ରତିମୃତ୍ତିରେ ଫୁଲ, ଚନ୍ଦନ, ଉତ୍ତରୀୟ ପ୍ରଦାନ କରି ଏବଂ ମୁଣ୍ଡରେ ପଗଡି ପିନ୍ଧାଇ ପ୍ରତିମୂର୍ତ୍ତୀ ଗୁଡିକୁ ଉନ୍ମୋଚନ କରିଥିଲେ। ଏହି ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବିଚିତ୍ର କୁମାର ଘଡେଇ, ଦିପ୍ତୀ ରଂଜନ ଦାସ, ଅଂଶୁମାନ ଧଳ ଓ଼ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ, ସ୍ଵର୍ଣ୍ଣଲତା ପ୍ରଧାନ, ସୌଦାମିନୀ ସୁବୁଦ୍ଧି ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଶୁଙ୍ଖଳିତ ହୋଇ ଆଦର୍ଶ ଶିକ୍ଷା ଗ୍ରହଣ କରି ଭଲ ମଣିଷ ହେବାକୁ ମୁଖ୍ୟଅତିଥି ଶ୍ରୀ ହୋତା ପରାମର୍ଶ ଦେଇଥିଲେ। ଆଜିର ଛାତ୍ରଛାତ୍ରୀ ଓ଼ ନାଗରିକମାନେ ପୁରାତନ ସାହିତ୍ୟ ଓ଼ ସଂସ୍କୃତିକୁ ଭୁଲି ଯାଉଥିବାରୁ ସେମାନେ ବିପଥଗାମୀ ହେଉଅଛନ୍ତି ବୋଲି ସମ୍ମାନିତ ଅତିଥି କୈଳାଶ ନାଥ ସ୍ୱାଇଁ ସୂଚନା ଦେଇଥିଲେ ! ପରିଶେଷରେ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.