ମହାନ ବିପ୍ଲବୀ ଜୟରାଜଗୁରୁ।

0 300

ଖୋର୍ଦ୍ଧା,୩୦/୦୧(ପିପିଟି):ଖୋର୍ଦ୍ଧା ଗଡର ଦୁର୍ଧଶ ରକ୍ଷକ ତଥା ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ୍ ଓ ବୀପ୍ଲବୀ ଜୟୀ ରାଜଗୁରୁ। ତାଙ୍କର ନିର୍ଭୀକ ସଂଗ୍ରାମ ଜୀବନ ଅସାଧାରଣ ଦେଶପ୍ରେମ ଅସୀମ ତ୍ୟାଗ ଯାହା କି ଆଜି ବି ଚିର ସ୍ମରଣୀୟ ହୋଇ ରହିଛି।ତାଙ୍କ ଗରିମା, ବୀରତ୍ୱ ଓ ଦେଶପ୍ରେମ କୁ ଆଜି କେବଳ ନିଜର ଜନ୍ମ ମାଟି ନୁହେଁ ସାରା ଦେଶରେ ସଗର୍ବେ ସମ୍ମାନ ଦେଇଛି। ଅତ୍ୟାଚାରୀ ଇଂରେଜ ମାନଙ୍କ ସାମ୍ନାରେ ହସି ହସି ପ୍ରାଣବଳି ଦେଇଥିଲେ। ୧୭୩୯ମସିହା ରେ ପୁରୀ ଜିଲ୍ଲା ଅନ୍ତର୍ଗତ ବୀରହରେକୃଷ୍ନପୁରୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ଚାନ୍ଦ ରାଜଗୁରୁ ଓ ମାତା ହାରାମଣୀ ଦେବୀ। ପିଲାଟି ଦିନରୁ ଜୟକୃଷ୍ଣ ଥିଲେ ନିର୍ଭିକ ଏବଂ ସ୍ୱାଧୀନ ଚେତା ଓ ମେଧାବୀ ଛାତ୍ର ଥିଲେ। ବଂସପରମ୍ପରା ଅନୁଯାୟୀ ରାଜ ପୁରୋହିତ ଥିବା ଜୟରାଜଗୁରୁ ଗ୍ୟାନି, ମାନି, ନାନା ଶାସ୍ତ୍ର ବିଶାରଦ ରାଜନୈତିକ ପରାମର୍ଶ ଦାତା,ଭାଷାବିତ୍,ନିପୁଣଗୁଣଗ୍ରାହୀ ରୂପେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କର ଏହି ପରି ପ୍ରତିଭା ଦେଖି ତତ୍କାଳୀନ ଉତ୍କଳର ରାଜା ମାନେ ତାଙ୍କୁ ଉପଦେଷ୍ଟା କରିବା ପାଇଁ ଚେଷ୍ଟିତ ଥିଲେ। ଚିକିତ୍ସା ଶାସ୍ତ୍ର,ବିଭିନ୍ନ ଧର୍ମଶାସ୍ତ୍ର ଉପରେ ଅଗାଧ ପାଣ୍ଡିତ୍ୟ ଥିଲା। ତତ୍କାଳୀନ ପୁରୀର ଗଜପତି ମହାରାଜା ଦ୍ୱିତୀୟ ଦିବ୍ୟସିଂହ ଦେବ ତାଙ୍କୁ ରାଜଗୁରୁ ଭାବେ ନିଯୁକ୍ତି କରିଥିଲେ। ଏହା ପରଠାରୁ ଜୟ କୃଷ୍ନ ରାଜଗୁରୁ ବା ଜୟରାଜଗୁରୁ ଭାବେ ପରିଚିତ ହୋଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.