ସୁବର୍ଣ୍ଣପର ,୦୯/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ୱ ଓ ସ୍ୱଛତା ସମିତି ତରଫରୁ ଆଜି ତୃତୀୟ ପର୍ଯ୍ୟାୟ ରେ ସୋନପୁର ବ୍ଲକ ମୟୂରଉଡାଣ, ବଲାଡି, ନାରାୟଣପୁର ଗ୍ରାମ ପଂଚାୟତ ରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗତ ଛଅ ମାସ ରେ ହୋଇଥିବା ପ୍ରକଳ୍ପ ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଂଚାୟତ ତଥା ଉଦ୍ୟାନ ବିଭାଗ, ବନ ବିଭାଗ ତରଫରୁ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକ ର କାର୍ଯ୍ୟସ୍ଥଳ ପରିଦର୍ଶନ ସହ ନଥିପତ୍ର ଯାଞ୍ଚ କରାଯାଇଥିଲା । ଏଥିରେ ଗ୍ରାମ ସ୍ତରରେ କାର୍ଯ୍ୟରତ ଗ୍ରାମ ସମ୍ବଳ କର୍ମୀ (ଭି ଆର ପି)ସାତ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ କୁ ଯାଇ ଅଣକୁଶଳୀ ଶ୍ରମିକ ମାନଙ୍କୁ ଭେଟିବା ସହ ବିଭିନ୍ନ ପ୍ରକାର ଅଭିଯୋଗ ସଂଗ୍ରହ କରିଥିଲେ । ଆଜି ଗ୍ରାମସଭା ବୈଠକ ରେ ତାହା ଉପସ୍ଥାପନା କରିଥିଲେ । ବଲାଡି ପଂଚାୟତ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶେଷଦେବ ଧରୁଆ, ଏ ଡ଼ି ଇ ଓ ତଥା ଗ୍ରାମ ରୋଜଗାର ସେବକ ବିଶ୍ୱଜିତା ମିଶ୍ର, ସରପଞ୍ଚ ରାଜୁ କୁମ୍ଭାର, ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ, ଭି ଆର ପି ରାଜେଶ୍ୱରୀ ନାୟକ, କେତକୀ ଭୋଇ, କାଞ୍ଚନ ମିଶ୍ର ଯୋଗ ଦେଇଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ