ମରଣ ଯନ୍ତା ପାଲଟିଛି ଲଛିପୁର ଠାରୁ ତାଳସର ରାସ୍ତା ,ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲକ୍ଷ୍ମୀ ବସ୍ ।

0 279

ବେଗୁନିଆପଡ଼ା,୨୫/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଲଛିପୁର ଠାରୁ ତାଳସର ରାସ୍ତା ପାଲଟିଛି ମରଣଯନ୍ତା ଫଳରେ ଯାତ୍ରୀ ବାହି ଲକ୍ଷ୍ମୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା । ଏନେଇ ତାଳସର ଗ୍ରାମବାସୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନା ଅନୁଯାଇ ପ୍ରତିଦିନ ପରି ଗୁରୁବାର ଦିନ ତାଳସର ଠାରୁ ଲଛିପୁର ଅଭିମୁଖେ ବସ ଟି ଯାଉଥିଲା । ଏଥିରେ ବହୁ ଯାତ୍ରୀ ବସିଥିଲେ । ରାସ୍ତା ଖାଲ ଖମା ଯୋଗୁଁ ତାଳସର ଗ୍ରାମ ନିକଟରେ ବସ୍ ଟି ରାସ୍ତା ତଳକୁ ଓଲଟି ରହିଥିଲା । ରାସ୍ତା କଡ଼ରେ ଏକ ପାଳ ଗଦା ଥିବା ଯୋଗୁ ପାଳ ଗଦାକୁ ଲାଗି ବସ୍ ଟି ରହିଯାଇଥିଲା । ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବସିଥିବା ଯାତ୍ରୀ । ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଣ୍ଡରରେ ଯାଉଥିବା ବେଳେ ଏମିତି ବାରମ୍ବାର କୌଣସି ନା କୌଣସି ଦୁର୍ଘଟଣା ଘଟୁଥିବା ନଜିର ରହିଛି, ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.