ମନ ମୋହୁଛି ଲାଲ ଟହଟହ ପଲାଶ ଫୁଲ ।

0 298

ସୁବର୍ଣ୍ଣପୁର ,(ପିପିଟି):ଋତୁରାଜ ବସନ୍ତର ଭସା ବାଦଲ ସାଙ୍ଗକୁ ମନ ମୋହୁଛି ପଲାସଫୁଲ। ବଣ ଜଙ୍ଗଲ ଠାରୁ ଆରମ୍ଭ କରି ନଦୀ ପୋଖରୀ ହୁଡ଼ା ଚତୁର୍ଦ୍ଦିଗ ରେ ଶୋଭା ବଢ଼ାଉଛି ପଲାସ ଫୁଲ।ଗ୍ରୀଷ୍ମପ୍ରବାହ ଆରମ୍ଭରେ ବୃକ୍ଷ ଲତା ରେ ପତ୍ରଝଡ଼ା ଦେଇଥିବାବେଳେ ଏହାରି ମଧ୍ୟରେ ଘଞ୍ଚ ଅରଣ୍ୟ ଠାରୁ ଆରମ୍ଭ କରି ବିଲ ବାଡ଼ି ନଦୀ ପୋଖରୀ ତୁଠରେ ଶୋଭା ବର୍ଦ୍ଧନ କରୁଛି ପଳସା ଫୁଲ । ଏହି ଫୁଲକୁ ଦେଖି ପ୍ରକୃତି ପ୍ରେମୀ ଯେତିକି ଆକର୍ଷିତ ହୋଇଥାଏ ତା ଠାରୁ ଅଧିକ କବି ଓ ଭାବୁକ ଙ୍କୁ ଅଧିକ ମୁଗ୍ଧ କରିଥାଏ । ସବୁ ଜିମା ଭରା ଶ୍ୟାମଲ ବନାନୀ ଓ ପାହାଡ ଝରଣା କୋଳରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରରେ ଏବେ ଅଧିକାଂଶ ସ୍ଥାନରେ ମେଲିଛି ପଲାସ ଫୁଲର ସମ୍ଭାର।ଅନ୍ୟପଟେ ମହୁଲ ଫୁଲ ର ବାସ୍ନା ମଧ୍ୟ ବେଶ୍ ବିମୋହିତ କରୁଥିବା ବେଳେ ଆମ୍ବ ଗଛରେ ପେନ୍ଥା ପେନ୍ଥା ଆମ୍ବକଷି ସାଙ୍ଗକୁ ,କୋଇଲିର କୁହୁ କୁହୁ ସ୍ୱର ଆହୁରି ଆନନ୍ଦ ଦାୟକ କରୁଥିବା ଦେଖିବାକୁ ମିଳୁଛି।ମାଁ ମଙ୍ଗଳା ଙ୍କ ପାଖରେ ବେଶ୍ ଶୋଭା ପାଇଥାଏ ଏହି ପଲାସ ଫୁଲ।ପେଟ ଗରମ ଠାରୁ ମୂତ୍ରାଶୟ ରୋଗ ପାଇଁ ଏହି ପଲାସ ଫୁଲ ଅନ୍ତ୍ୟନ୍ତ ଉପଯୋଗୀ। ପଲାସ ଫୁଲ ଭିଯାଯାଇଥିବା ପାଣି ପିଇଲେ ପେଟ ଥଣ୍ଡା ରୁହେ ବୋଲି ଅନେକ ଲୋକଙ୍କ ଠାରୁ ଶୁଣିବାକୁ ମିଳେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.