ଭଞ୍ଜନଗର, ୦୫/୦୬(ପିପିଟି) ; ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ କଅଁୟା ବ୍ୟାଘ୍ରଦେବୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଗୁରୁବାର ସନ୍ଧ୍ୟାରେ ଏକ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୪ଶହରୁ ଅଧିକ ମହିଳା ଏହି ଯାତ୍ରାରେ ଯୋଗ ଦେଇଥିଲେ । ସନ୍ଧ୍ୟା ସାଢ଼େ ୪ଟା ସମୟରେ ଡିହପଢ଼ାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଥିବା ବରଙ୍ଗ କେନାଲରୁ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଣି ଅଣାଯାଇଥିଲା। ବିଭିନ୍ନ ସ୍ଵେଚ୍ଛାସେବୀ ଏଥିରେ ସହଯୋଗ କରିଥିଲେ । ନିଜେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।ଶହ ଶହ ଶ୍ରଦ୍ଧାଳୁ ଓ ମହିଳାଙ୍କ ହୁଳହୁଳି ଓ ହରିବୋଲ ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା।ଏହାପରେ ଘଣ୍ଟ,ଘଣ୍ଟା ଓ ଢୋଲ ସହ ଆତସବାଜି ମଧ୍ୟରେ କଳସ ଯାତ୍ରା ଆରମ୍ଭ ହୋଇ ମା’ ବ୍ୟାଘ୍ରଦେବୀଙ୍କ ମନ୍ଦିର ନିକଟରେ ଶେଷ ହୋଇଥିଲା। କଳସ ଯାତ୍ରା ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କର୍ତ୍ତା ରୂପରେ ଭଞ୍ଜନଗର ବ୍ୟବସାୟୀ ଅମ୍ବିକା କୁମାର ଶତପଥୀ ଏବଂ ତାଙ୍କ ପତ୍ନୀ ତଥା ଆଇନଜୀବୀ ସ୍ନିଗ୍ଧା ଦାଶ ଏହି କାର୍ଯ୍ୟରେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ କୁନାର ଦଳବେହେରା, ସୁବାସ ପ୍ରଧାନ, ଶିବପ୍ରସାଦ ମହାପାତ୍ର,ମନୋଜ ଗୌଡ଼, କଳ୍ପତରୁ ନାୟକ, ସୁଧୀର ବେହେରା,ବିଷ୍ଣୁ ପ୍ରସାଦ ପ୍ରଧାନ,ମାନସ ଜେନା,ସୁବାଷ ଚନ୍ଦ୍ର ବରାଡ଼, ଧୋବା ଗୌଡ଼ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ତଦାରଖ କରୁଥିଲେ । ବିପଦର ବନ୍ଧୁ ସଂଗଠନ ଓ ବଜରଙ୍ଗ ବାଲି ଯୁବକ ସଂଘ ପକ୍ଷରୁ ବହୁ ସ୍ୱେଚ୍ଛାସେବୀ ଶାନ୍ତି ଶୃଙ୍ଖଳା ରକ୍ଷା ଓ ପ୍ରସାଦ
ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ । ଗଣମାଧ୍ୟମ ପ୍ରତିନିଧ୍ ମାନେ ମଧ୍ଯ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ସହଯୋଗ କରିବା ସହ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ ।ପୁଲିସ ପ୍ରଶାସନ ଦ୍ବାରା ଭିଡ଼ ନିୟନ୍ତ୍ରଣ କରାଯାଉଥିଲା।
ରିପୋର୍ଟ- (ଜେ.କେ ପଟ୍ଟନାୟକ)