ମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ନକଲି ଜାତି ପ୍ରମାଣ ପତ୍ର ପ୍ରସଙ୍ଗ , ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ସଫଳ ।

0 233

ସୁବର୍ଣ୍ଣପୁର ,୧୩/୦୫(ପିପିଟି) : ମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ନକଲି ଜାତି ପ୍ରମାଣ ପତ୍ର ପ୍ରସଙ୍ଗରେ ଆମ ଆଦମୀ ପାର୍ଟିର ୧୨ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନକୁ ପୂର୍ଣ୍ଣ ସମର୍ଥନ କଲେ ବୀରମହାରାଜପୁର ଅଞ୍ଚଳବାସୀଙ୍କ ସମେତ ସମସ୍ତ ଦଳିତ ସଙ୍ଗଠନ। ସମସ୍ତଙ୍କ ମିଳିତ ସହଯୋଗରେ ଡ଼ଃ. ମୁକେଶ ମହାଳିଙ୍ଗଙ୍କ ଇସ୍ତାଫା ଦାବିରେ ସକାଳ ୬ଘଟିକାରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ବୀରମହାରାଜପୁର ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା। ପ୍ରାପ୍ତ ସୂଚନା ଅନୁସାରେ ସାମ୍ବିଧାନିକ ପଦ ପଦବୀରେ ରହି ଡ଼ଃ. ମୂକେଶ ମହାଲିଙ୍ଗ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ଓଡିଶା ସରକାରଙ୍କ ବିରୁଦ୍ଧରେ କେକେଡ଼ି ରାଜ୍ୟ ଆବାହକ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ନିକଟରେ ଜାଲ ଜାତି ପ୍ରମାଣ ପତ୍ର ହାତେଇ ସରକାରୀ ଅର୍ଥ ହଡ଼ପ କରିବା ମାମଲା ରୁଜୁ କରିଥିଲେ। ଏହି ଅଭିେଯାଗକୁ ବାଟବଣା କରିବାକୁ ମନ୍ତ୍ରୀ ମୁକେଶ ମହାଳିଙ୍ଗ କୁଆଡେ ନିଜ ପଦ ମର୍ଯ୍ୟାଦାର ଦୁରୁପଯୋଗ କରୁଛନ୍ତି। ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ସହିତ ଉତ୍ତରାଞ୍ଚଳ ରାଜସ୍ବ କମିଶନ ସମ୍ବଲପୁରଙ୍କ ନିର୍ଦ୍ଦେଶକୁ ଅବମାନନା କରି ନ୍ୟାୟିକ ବ୍ୟବସ୍ଥାକୁ ବାଟବଣା କରୁଛନ୍ତି ବୋଲି କେକେଡ଼ି ଅଭିଯାନ ରାଜ୍ୟ ଆବାହକ ଧୀମାନ୍ ଡିଙ୍ଗର କୁମ୍ଭାର ଗୁରୁତ୍ୱାରୋପ କରିଛନ୍ତି। ଯାହାଫଳରେ ତାଙ୍କ ସମର୍ଥନରେ ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ସୁରେଶ କଲତା, ଉପସଭାପତି ପୃଥ୍ୱୀରାଜ ଜଗଦଲା, ବୀରମହାରାଜପୁର ଆମ୍ବେଦକର ସେବାସଙ୍ଘ ସଭାପତି ଧୀମାନ୍ ଅନାଦୀ ଜଗଦଲା, ଆଦିବାସୀ ସଙ୍ଘ ସଭାପତି ଯୋଗୀନ୍ଦ୍ର ମିର୍ଦ୍ଧା, ଦଳିତ ନେତା ଘନଶ୍ୟାମ ଭୋଇ, ଅଭିମନ୍ୟୁ ଡାଙ୍ଗ ପ୍ରମୁଖ ଉପସ୍ଥିତ ରହି ୧୨ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନକୁ ଶତ ପ୍ରତିଶତ ସାଫଲ୍ୟ ମଣ୍ଡିତ କରିଛନ୍ତି।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

 

Leave A Reply

Your email address will not be published.