ମନ୍ତ୍ରୀଙ୍କ ନିଜ ଗ୍ରାମ ସୁକିନ୍ଦା ଗଡ଼ରେ ସ୍ଵାସ୍ଥ୍ୟ ଅବସ୍ଥା ବିକଳ ଚିତ୍ର;ଟଲିରେ ବୁହା ହେଲେ ରୋଗୀ ।

0 225

ଯାଜପୁର,୧୧/୦୨(ପିପିଟି) : ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ନିଜ ଜନ୍ମ ମାଟି ତଥା ନିଜ ପଞ୍ଚାୟତରୁ ପୁଣି ସାମ୍ନାକୁ ଆସିଲା ରୋଗୀ ସେବା ଯୋଗାଇବାରେ ବିଫଳ ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ପରିବର୍ତ୍ତେ ଟଲିରେ ମେଡିକାକୁ ବୁହାଗଲେ ରୋଗୀ । ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଦୁଇ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବ ବୋଲି ଜାଣିବା ପରେ ପରିବାର ଲୋକେ ଏକ ଟଲି ସାହାଯ୍ୟରେ ମହିଳା ରୋଗୀ ଜଣଙ୍କୁ ମେଡିକାଲକୁ ନେଇଥିଲେ । ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଏସିଆ ମହାଦେଶର ବୃହତ୍ତମ କ୍ରୋମନଗରୀ କୁହାଯାଉଥୁବା ତଥା ଖଣି କଳ କାରଖାନା ଭରା ରତ୍ନଗର୍ଭା ରେ ଏଭଳି ବିକଳ ଚିତ୍ର କେବେ ବି ଆଶା କରାଯାଉ ନଥିଲା, । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ସୁକିନ୍ଦା ଗଡ଼ର ରମେଶ ନାଏକଙ୍କ ସ୍ତ୍ରୀ ଜିନା ନାଏକ ଗାଧେଇବା ସମୟରେ କୌଣସି କାରଣରୁ ଗୁରୁତ୍ୱର ହୋଇ ଅଚେତ ହୋଇ ପଡ଼ିଥିଲେ। ସାଙ୍ଗେ ସାଙ୍ଗେ ପରିବାର ଲୋକଙ୍କ ତରଫରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉଚିତ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ପରିବାର ଲୋକଙ୍କ ଦ୍ୱାରା ଏକ ଟଲି ସହାୟତାରେ ଜିନା ନାଏକଙ୍କୁ ସୁକିନ୍ଦା ମେଡିକାଲକୁ ନିଆଯାଇଥିବା ଦେଖିବାକୁ ମିଳିଥିଲା । ଏଠି ପ୍ରଶ୍ନ ଉଠୁଛି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉର୍ନତି ନେଇ ଡିଣ୍ଡିମା ପିଟୁଥୁବା ବେଳେ ଆମ୍ବୁଲାନ୍ସ ପରିବର୍ତ୍ତେ ଟଲିରେ ମେଡିକାଲକୁ ରୋଗୀ ବୁହା ହେବା ଘଟଣା ସମସ୍ତଙ୍କୁ ବିଚଳିତ କରୁଛି । ଖୋଦ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ନିଜ ଗ୍ରାମରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଥିବାରୁ ସବୁ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି। ଏହି ଭିଡ଼ିଓଟି ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇଲାର ହେବାର ଲାଗିଛି ।

Leave A Reply

Your email address will not be published.