ମଧୂପଲ୍ଲୀ ଗ୍ରାମର ଗୋଷ୍ଠୀ ସଂଘର୍ଷ , ତିନି ଗିରଫ ।

0 229

ପୋଲସରା ୧୭/୦୩(ପିପିଟି) : ଗଂଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମଧୂପଲ୍ଲୀ ଗ୍ରାମରେ ଦୋଳ ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ କେଶ ନଂ ୧୭୨/୨୫ ପ୍ରକାରେ ଗୋଟିଏ ଗୋଷ୍ଠୀର ତିନିଜଣଙ୍କୁ ମାର୍ଚ୍ଚ ୧୫ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ଅପର ଗୋଷ୍ଠୀ ମଧ୍ୟ କାଉଣ୍ଟର କରି ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲସରା ପୋଲିସ ଥାନା କେଶ ନଂ ୧୭୯/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। କାଉଣ୍ଟର କେଶ ପ୍ରକାରେ ମାର୍ଚ୍ଚ ୧୭ ତାରିଖ ଦିନ ୧) ନିରାକାର କରଣଙ୍କ ପୁଅ ସୁନିତ କୁମାର ଓରଫ ସୁନି କରଣ(୨୨), ୨) ମୂଷା ପ୍ରଧାନଙ୍କ ପୁଅ ମନୋଜ ଓରଫ ମୁନା ପ୍ରଧାନ(୪୦) ଓ ୩) ସ୍ବର୍ଗତ ଦଣ୍ଡପାଣି ଜେନାଙ୍କ ପୁଅ ଗୋବିନ୍ଦ ଜେନା(୫୮) ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.