ଉଲୁଣ୍ଡା ,୨୪/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀୟା କର୍ମୀ ଅସହାୟ ପକ୍ଷାଘାତ ଶିକାର ଜୟନ୍ତି ଦାସ ଙ୍କ ମଧୁବାବୁ ପେନସନ ଆବେଦନ ବ୍ଲକ୍ ପ୍ରଶାସନ ଦ୍ବାରା ମଞ୍ଜୁର କରି ଅନୁଦାନ ରାଶି ଏକ ହଜାର ଟଙ୍କା ହିତଧିକାରୀଙ୍କ କାନ ପୁର ବାସଭବନରେ ପ୍ରଦାନ କରି ବର୍ଦ୍ଧିତ ଭତ୍ତା ପ୍ରଦାନ କରି ଅତିରିକ୍ତ ପ୍ରୋତ୍ସାହନ ରାଶି ବଣ୍ଟନର ଶୁଭାରମ୍ଭ କରିଥିଲେ।ପରେ ଗ୍ରାମ ପଞ୍ଚାୟତ ସଭାଗୃହ ରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀମତୀ ଶ୍ରୀୟା କର୍ମୀ ନୂତନ ମଞ୍ଜୁର ୪୦ ଜଣ ଅସହାୟ, ଭିନ୍ନକ୍ଷମ, ବିଧବା, ବୃଦ୍ଧ, ବୃଦ୍ଧା, ଅବିବାହିତା କନ୍ୟାଙ୍କୁ ଭତ୍ତା ବଣ୍ଟନ କରିଥିଲେ l ତତ୍ ସଙ୍ଗେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ମଧୁ ବାବୁ ଯୋଜନା,ଜାତୀୟ ସାମାଜିକ ଯୋଜନା ହିତାଧିକାରୀଙ୍କୁ ପ୍ରଦାନ୍ ର ଶୁଭାରମ୍ଭ କରିଥିଲେ।ପଞ୍ଚାୟତ ର ୧୨୪୮ ଜଣ ହିତାଧିକାରୀଙ୍କୁ ଆଗାମୀ ଦିନରେ ଗ୍ରାମ ପଞ୍ଚାୟତ କର୍ମଚାରୀ ଗାଁ ଗାଁ ବୁଲି ଅତିରିକ୍ତ ପ୍ରୋତ୍ସାହନ ରାଶି ଓ ଭତ୍ତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ୱାର୍ଡ ମେମ୍ବର ରୁକସାନା ବିବି, ମିନତି ଭୋଇ, ଘାସିରାମ ବାଦୀ, ଶିବାନୀ ସାହୁଙ୍କ ସମେତ ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା ସହଯୋଗ କରିଥିଲେ । ଶତାଧିକ ହିତାଧିକାରୀ ଯୋଗଦାନ କରିଥିଲେ l
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ