ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଯାପିତ ।

0 224

ବୋଲଗଡ଼,୨୪/୧୦(ପିପିଟି): ବୋଲଗଡ଼ ଶିକ୍ଷା ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ର କୁମାର ବେହେରାଙ୍କ ଆବାହକତ୍ୱରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଅଛି। ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେଇଙ୍କ ସଭାପତିତ୍ୱରେ ମୁଖ୍ୟତିଅଥିଭାବେ ବୋଲଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଓ ସମ୍ମାନିତ ଅତିଥିଭାବେ ଗୋପାଳପୁର ଗ୍ରାମପଞ୍ଚୟତ ସରପଞ୍ଚ ପ୍ରଦୀପ କୁମାର ବାରିକ,ପ୍ରାକ୍ତନ କ୍ରୀଡା ଶିକ୍ଷକ ତଥା ଉପଦେଷ୍ଠା ଜୟରାମ ଦାସ,ପ୍ରାକ୍ତନ କ୍ରୀଡା କମିଟିର ଉପଦେଷ୍ଠା ଗୋପାଳ ଚନ୍ଦ୍ର ମହାନ୍ତି,ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଅଧକ୍ଷ ପ୍ରଶାନ୍ତ ଚନ୍ଦ୍ର ନାୟକ,ବ୍ଲକ କ୍ରୀଡା ସମ୍ପାଦକ ଅଭିଷେକ ମହାନ୍ତି, ମୁଖ୍ୟମନ୍ତ୍ରୀ ପୁରସ୍କୃତ ପ୍ରାପ୍ତ କ୍ରୀଡା ଶିକ୍ଷକ ମାନସ କୁମାର ବେହେରା, ପ୍ରାକ୍ତନ ଶାରୀରିକ ଶିକ୍ଷକ ତଥା ପ୍ରlଣପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ମହାପାତ୍ର , ବିଦ୍ୟାଳୟର ଭୀଷ୍ମ ପିତାମହ ପ୍ରଭାତ କୁମାର ଦାସ ଓ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସୁରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। କାଯ୍ୟକ୍ରମର ସଂଯୋଜକ ସୀତାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ଏହି ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ୨୮ଟି ଉଚ୍ଚ ବିଦ୍ୟାଳୟର ସମୁଦାୟ ୨୫୦ଜଣ ପ୍ରତିଯୋଗୀ ୧୬ଟି ଖେଳକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୮ଜଣ କୃତୀ ପ୍ରତିଯୋଗୀ ଖୋର୍ଦ୍ଧା ଜିଲ୍ଲା ସମୂହ କ୍ରୀଡା ପ୍ରତିଯୋଗିତାକୁ ଉତୀର୍ଣ୍ଣ ହୋଇପାରିଛନ୍ତି।ସମସ୍ତ କ୍ରୀଡା ପ୍ରତିଯୋଗିତା ଗୁଡିକୁ ଖେଳ ଶିକ୍ଷକ ଭାଗବତ ପ୍ରସାଦ ପାଣ୍ଡେ, ସତ୍ୟବ୍ରତ ନାୟକ, ଦେବାଶିଷ ସାମନ୍ତ, ଅକ୍ଷୟ କୁମାର ପ୍ରଧାନ ଓ ସୁଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗକରି ଖେଳ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗିମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ସମସ୍ତ କ୍ରୀଡା ପ୍ରତିଯୋଗିତା ମନୁଷ୍ୟର ଶାରୀରିକ ବିକାଶରେ ସହାୟକ ହୋଇଥାଏ ବୋଲି ମୁଖ୍ୟଅତିଥି ପ୍ରମୋଦ କୁମାର ସ୍ୱାଇଁ ମତପ୍ରକାଶ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.