ମଙ୍ଗଳା ଙ୍କ ପୀଠରେ ପଣା ସଂକ୍ରାନ୍ତି ଉତ୍ସବ ଅନୁଷ୍ଠିତ।

0 225

ଢେଙ୍କାନାଳ,୧୪/୦୪(ପିପିଟି): ଓଡିଆ ଜନଜୀବନ ରେ ମହାବିଷୁବ ସଂକ୍ରାନ୍ତି ବା ପଣା ଓଡିଆ ପରମ୍ପରା ଅନୁଯାୟୀ ଏହିଦିନ ଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏଥି ସହିତ ଏହି ଦିନଟିକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ।ଓଡିଆ ପାଞ୍ଜିକା ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ। ଓଡିଆ ପରିବାରରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ରେ ସ୍ୱତନ୍ତ୍ର ପୂଜା, ଭୋଗ ,ହୋମ ବିଶେଷ କରି ପଣା ପାଣିର ବ୍ୟବସ୍ଥା କରଯାଇଥାଏ। ଯାହାକି ପଥିକ, ପରିବାର,ବନ୍ଧୁ ବାନ୍ଧବ ଓ ବ୍ରାହ୍ମଣ ମାନଙ୍କୁ ବଣ୍ଟନ କରାଯାଇଥାଏ। ଏହି ଦିନ ସୂର୍ଯ୍ୟ କିରଣ ବୃଦ୍ଧି ପାଇଥାଏ। ଦଣ୍ଡ ଉପାସନା ଧାରୀ ମାନେ ଏହି ଦିନ ବ୍ରତ ଶେଷକରି ‘ମା’ ଙ୍କ ଆଗରେ ନିଆଁରେ ଚାଲି ବ୍ରତ ଶେଷ କରିଥାନ୍ତି ଯାହାକୁ ଆମେ ଝାମୁ ଯାତ୍ରା ବୋଲି କହିଥାଉ। କିନ୍ତୁ ଏହି ପରିପ୍ରେକ୍ଷୀରେ ଗୋହିରାଖାଲର କଟା ମୁଣ୍ଡିଆ ପାଦଦେଶରେ ଥିବା ଆରାଧ୍ୟ ମା ମଙ୍ଗଳାଙ୍କ ପୀଠରେ ପ୍ରତେକ ବର୍ଷ ପରି ଚଳିତବର୍ଷ ଗ୍ରାମବାସୀ ଦ୍ୱାରା ବିଧି ଅନୁସାରେ ପୂଜାପାଠ, ହୋମ, ନାମ ସଂକୀର୍ତ୍ତନ ଧୁମ୍ ଧାମରେ ପାଳନ କରାଯାଇଥିଲା। ଏହି ଅବସରରେ ପଥଚାରି ମାନଙ୍କ ପାଇଁ ବେଲପଣା ବଣ୍ଟନ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.