ଭୟାଭୟ ଅଗ୍ନିକାଣ୍ଡ : ୫ଟି ପରିବାରର ୧୪ବଖରା ପୋଡି ପାଉଁଶ ।

0 240

ବାଣପୁର,୨୪/୦୨: ସୋମବାର ଅପରାହ୍ନରେ ନାଚୁଣୀ ଥାନା ନାଚୁଣୀ ପୁରୁଣା ସାହିରେ ବଡଧରଣର ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ୧୪ ବଖରା ଚାଳଘର ସମେତ ଧାନ ଓ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । କୈାଣସି କାରଣରୁ ଅପରାହ୍ନ ପ୍ରାୟ ୫ଟାରେ ସାହିରେ ହଠାତ୍ ନିଆଁ ଲାଗିଯାଇଥିଲା । ଗ୍ରାମରେ ପ୍ରାୟ ଚାଳଘର ଥିବାରୁ ଏବଂ ଘର ଗୁଡିକ ପରସ୍ପର ଲାଗି ରହିଥିବାରୁ ନିମିଷେକ ମଧ୍ୟରେ ନିଆଁ ବ୍ୟାପିଯାଇଥିଲା । ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚଥିଲେ । ମାତ୍ର ସେମାନଙ୍କ ପାଖରେ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପରେ ବାଲୁଗାଁ ଓ ଟାଙ୍ଗି ଦମକଳ ବାହିନୀ ପହଞ୍ôଚ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ବୈଷ୍ଣବ ସୁବୁଦ୍ଧି, କପିଳା ସୁବୁଦ୍ଧି, ବିରଞ୍ଚି ରାଉତ, ମନୁ ରାଉତ ଓ ଧନୁ ରାଉତ ପ୍ରମୁଖ ୮ଟି ପରିବାରର ୧୪ ବଖରା ଚାଳଘର ସମେତ ଧାନ ଓ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ କ୍ଷୟକ୍ଷତିର ଆକଳନ ଚାଲିଛି । ତେବେ ପ୍ରାଥମିକ ଆକଳନରୁ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ଅନୁମାନ କରା୍‌ଯାଉଛି । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.