ଭେଜିପୁଟ ରେ ଚାଲିଛି କାର୍ତ୍ତିକେଶ୍ୱର ପୂଜା ।

0 170

ଭଞ୍ଜନଗର, ୦୨/୧୧(ପିପିଟି):ପୁରାଣ ଶାସ୍ତ୍ର ଅନୁସାରେ ଶିବ ଓ ପାର୍ବତୀ ପୁତ୍ର କାର୍ତ୍ତିକେଶ୍ୱରଙ୍କ ବ୍ରତ ଓ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି।ତେଣୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଭଞ୍ଜନଗର ଭେଜିପୁଟ ବଡ଼ ଦାଣ୍ଡ ସାହିରେ ବେଶ ଆନନ୍ଦ ଉଲ୍ଲାସର ସହିତ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଆରମ୍ଭ ହୋଇଛି ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜା।ଶନିବାର ପ୍ରାତଃ ସମୟରେ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ତ୍ତା ଭାବେ ଦିଲୀପ କୁମାର ମଳିକ ଦାୟିତ୍ୱ ନିର୍ବାହ କରିଥିଲେ।ପବିତ୍ର ଧାର୍ମିକ କାର୍ତ୍ତିକ ମାସରେ ସନ୍ଧ୍ୟା ଆଳତୀ ସମୟରେ ବହୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି।ଏହା ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୭ତାରିଖରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।୪ତାରିଖ ମଙ୍ଗଳବାର ଦିନ ସମସ୍ତ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି।ଏଥିରେ ସଭାପତି ଭାବେ ଶିବ ଶଙ୍କର ପାତ୍ର, ସମ୍ପାଦକ ଅନନ୍ତ ନାରାୟଣ ବିଷୋୟୀ, କୋଷାଧ୍ୟକ୍ଷ ନିରଜ ବେହେରା, ପରିଚାଳକ ଅଜିତ କୁମାର ବିଷୋୟୀଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଓ ଭେଜିପୁଟ ଗ୍ରାମବାସୀବୃନ୍ଦ ସହଯୋଗ କରିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.