ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଦୁର୍ବୁର୍ତ୍ତ ।

0 318

ସିମୁଳିଆ,୨୪/୦୩:ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଦୁର୍ବୁତ୍ତ ଭୁଜାଲିରେ ଆକ୍ରମଣ କରି ୨୦ଲକ୍ଷ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟିନେଇଥିଛନ୍ତି । ସୂଚନାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ ବାଟି ପଞ୍ଚାୟତ ବଣଗଡିଆ ଗ୍ରାମର ଆନନ୍ଦ ବେହେରାଙ୍କ ୬ ରୁ ଉର୍ଦ୍ଧ ଦୃବୁର୍ତ୍ତ ଘରେ ପଶି ଭୁଜାଲି ରେ ପୁଅ ରତିକାନ୍ତଙ୍କୁ ଆକ୍ରମଣ କରି ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ସମେତ ଅଳଙ୍କାର ଲୁଟ କରିଥିଲେ । ଆକ୍ରମଣରେ ରତିକାନ୍ତ ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସିମୁଳିଆ ନୂତନ ଥାନାଅଧିକାରୀ ଶ୍ରବଣ କୁମାର ମହାରଣା ରାତ୍ରି ପେଟ୍ରୋଲିଂ ଜୋରଦାର କରୁଥିଲେ ବି ସିମୁଳିଆ ଥାନା ଅଞ୍ଚଳରେ ବାରମ୍ବାର ଚୋରୀ, ଡକାୟତି ଓ ହତ୍ୟା ଭଳି ଘଟଣା ବୃଦ୍ଧି ପାଉଛି। ଯାହା ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.