ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ।

0 179

ପୋଲସରା ,୧୫/୧୧(ପିପିଟି): ପୋଲସରା ବ୍ଲକ ପରିସରରେ ଶନିବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ବିଡ଼ିଓ ଶଶିଭୂଷଣ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ୨୬ଟି ପଞ୍ଚାୟତ ରୁ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ଆସି ସେମାନଙ୍କର ସମସ୍ୟା ନେଇ ନିଜର ନାମ ପଞ୍ଜିକରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅତିଥିଭାବେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ଲାଗି ରାଜ୍ୟ ସରକାର ଯେଉଁ ଯୋଜନାମାନ କରିଛନ୍ତି ସେ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ୩୩ ଜଣ ଭିନ୍ନକ୍ଷମଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ରାସନକାର୍ଡ ପ୍ରଦାନ କରାଯାଇଥିବା ବେଳେ ୨ଜଣଙ୍କୁ ଟ୍ରାଈସାଇକେଲ ଓ ୧ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ ଜରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନ, ତହସିଲଦାର ଦିପ୍ତିମୟୀ ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, ସିଡିପିଓ ତିଲୋତ୍ତମା ରାଉତ ପମୁଖ ଉପସ୍ଥିତ ରହିଥିଲେ। ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.