ସୁବର୍ଣ୍ଣପୁର ,୨୦/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସଦର ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟ ଠାରେ ରେଆର ସୋନପୁର ତଥା ଜିଲ୍ଲା ଭିନ୍ନକ୍ଷମ ଅବିଭାବକ ସଂଘ ତରଫରୁ ଭିନ୍ନକ୍ଷମ ଶିଶୁ ଙ୍କ ସୃଜନାତ୍ମକ ଉତ୍ସବ କସ୍ତୁରୀ ଉଦଘାଟିତ ହୋଇଯାଇଛି ପ୍ରାରମ୍ଭ ରେ ରେଆର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା କସ୍ତୁରୀ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ l ବିଗତ ପନ୍ଦର ବର୍ଷ ହେବ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହେଉଥିବା ପ୍ରକାଶ କରିଥିଲେ, ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୋଗ ଦେଇ ଭିନ୍ନକ୍ଷମ ଶିଶୁ ଙ୍କ ଭିନ୍ନ ଏକ ପ୍ରତିଭା ରହିଛ ବୋଲି ପ୍ରକାଶ କରିବା ସହ ଏହି କାର୍ଯ୍ୟକ୍ରମ ତାଙ୍କର ସୃଜନୀ ଶକ୍ତି ର ବିକାଶ ହେଉଥିବା ପ୍ରକାଶ କରିଥିଲେ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ସଚିବ ଦେବାଶିଷ ଦାସ ଯୋଗ ଦେଇ ଭିନ୍ନକ୍ଷମ ଅଧିକାର କେମିତି କ୍ଷୁର୍ଣ ନ ହେବ ସେ ବିଷୟରେ ଆଇନ ସେବା ପ୍ରାଧିକରଣ ସଜାଗ ରହିଥିବା କହିଥିଲେ। ଅନ୍ୟତମ ଅତିଥିଭାବେ ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସୁଯୋଗ ଦେଲେ ଭିନ୍ନକ୍ଷମ ଭାଇ, ଭଉଣୀ ମାନେ ଅନେକ ସଫଳତା ପାଇପାରିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥିଭାବେ ହିମାଂଶୁ ଶେଖର ପଣ୍ଡା ଉପ ନିର୍ଦେଶକ, ପ୍ରସିକୁଶନ, ସୁବର୍ଣ୍ଣପୁର ଯୋଗ ଦେଇ ଭିନ୍ନକ୍ଷମ ମାନେ ଆମକୁ ବିଭିନ୍ନ କ୍ଷେତ୍ର ରେ ଗୌରବନ୍ୱିତ କରୁଥିବା ପ୍ରକାଶ କରିଥିଲେ। ରେଆର ଉପ ସଭାପତି ପଦ୍ମିନୀ ବକ୍ସ଼ୀ ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିଲେ ଶେଷରେ ମନୋଜ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଏହା ପରେ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଏହାକୁ ତରଭା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ପରିଚାଳନା କରିଥିଲେ ଏଥିରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଜିଲ୍ଲା ରୁ ଭିନ୍ନକ୍ଷମ ଶିଶୁ ଓ ସେମାନଙ୍କ ଅଭିଭାବକ ଅଂଶଗ୍ରହଣ କରିଥିଲେ ଅପରାହ୍ନ ରେ ଶିଶୁ ମାନଙ୍କୁ ବ୍ୟଙ୍ଗ ଚିତ୍ରାଙ୍କନ, ପଥର ଚିତ୍ରାଙ୍କନ, କାଗଜ କଳା ତାଲିମ୍ ପ୍ରଦାନ କରାଯାଇଥିଲା। ଏହାକୁ ପୂର୍ଣଚନ୍ଦ୍ର ମେହେର, ପ୍ରଭାସ ମେହେର, ସତ୍ୟ ମେହେର ପରିଚାଳନା କରିଥିଲେ।ଏବଂ ଧ୍ୱନି ସ୍ୱତନ୍ତ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା।ସନ୍ଧ୍ୟାରେ ଶିଶୁ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ