ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସମସ୍ତଙ୍କ ଗୁରୁଦାୟିତ୍ୱ ।

0 192

ଛତ୍ରପୁର,୦୯/୦୭(ପିପିଟି): ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଦ୍ୱାରା ପରିଚାଳିତ ସମର୍ଥ ମାନସିକ ଅନଗ୍ରସର ଓ ସମର୍ଥ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ଦୁଇଟିର ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗର ନିର୍ଦେଶିକା ନିୟତି ପଟ୍ଟନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପ୍ରତି ବିଭାଗର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଓ ସମର୍ଥ ପ୍ରତି ବିଭାଗର ସହଯୋଗିତା ଉପରେ ଆଲୋକପାତ କରିଥିଲେ ମୁଖ୍ୟବକ୍ତା ଭାବେ ସେହି ବିଭାଗର ଉପ ସଚିବ ତଥା ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ସନ୍ୟାସ କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟର ଆବଶ୍ୟକତା ଓ ଭିନ୍ନକ୍ଷମ ପିଲାଙ୍କ ପ୍ରତି ସମର୍ଥର ଅବଦାନ ଉପରେ ଆଲୋକପାତ କରିଥିଲେ । ଟାଟା ଷ୍ଟିଲ ଫାଉଣ୍ଡେସନ୍ CRS ମୁଖ୍ୟ ଅକ୍ଷୟ ନାୟକ, ଛତ୍ରପୁର ଆଇନଜୀବୀ ସଂଘର ସଭାପତି ପ୍ରଦୀପ କୁମାର ପାଢୀ ଓ ବ୍ରହ୍ମପୁର ସ୍ଥିତ ସ୍ଵେଛାସେବି ଅନୁଷ୍ଠାନ ମହାନ ସଂଘର ସଭାପତି ତଥା ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟଗୁଡିକ ପ୍ରଶଂସା କରିବା ସହ ଦୀର୍ଘ ୨୫ ବର୍ଷ ଧରି ବିଦ୍ୟାଳୟ ଦୁଇଟି କେତେ କଷ୍ଟ କରି ଏହି ସ୍ତରରେ ପହଞ୍ଚି ପାରିଛନ୍ତି ତାହା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ୨୫ ବର୍ଷର ସମସ୍ତ ପୁରୁଣା ଛାତ୍ର ଛାତ୍ରୀ ଓ ବର୍ତ୍ତମାନର ଛାତ୍ର ଛାତ୍ରୀ କରାଯିବ ସଙ୍ଗେ ସଙ୍ଗେ ସମର୍ଥର ଯେଉଁ ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କ୍ଷତି ଅର୍ଜନ କରିଥିବା ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ, ବିଶିଷ୍ଟ ସମାଜସେବୀ ଓ ଛତ୍ରପୁର ପ୍ରେସ୍ର କ୍ଲବ ର ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସନ୍ନମାନିତ କରାଯାଇଥିଲା । ସମର୍ଥର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଡାକ୍ତର କେ ଆନନ୍ଦ ରାଓ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସହଯୋଗ କରିଥିଲେ । ଶେଷରେ ଡାକ୍ତର କେ ଆନନ୍ଦ ରାଓଙ୍କ ୪୪ ବର୍ଷର ସଂଘର୍ଷ ଓ ୨୫ ବର୍ଷର ସମର୍ଥ ରୂପକ ବିଦ୍ୟାଳୟର ଅବଦାନ ଯୋଗୁଁ ସମର୍ଥର ପୂର୍ବତନ ଛାତ୍ର ଛାତ୍ରୀମାନେ ଡାକ୍ତର କେ ଆନନ୍ଦ ରାଓଙ୍କୁ ସମ୍ଵର୍ଦ୍ଧନା କରିଥିଲେ ।

Leave A Reply

Your email address will not be published.