ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଲୁଣ୍ଡାର ନୂତନ ବସଷ୍ଟାଣ୍ଡ ଲୋକାର୍ପିତ ।

0 296

ଉଲୁଣ୍ଡା ,୨୪/୦୮(ପିପିଟି): ରାଜ୍ୟରେ ପରିବହନ କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଆମ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି ।ସାଧାରଣ ଲୋକଙ୍କ ଯୋଗାଯୋଗ ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୫୫ଟି ଆମ ବସଷ୍ଟାଣ୍ଡ ନିର୍ମାଣ ହୋଇସାରିଥିବା ବେଳେ ସେଥି ମଧ୍ୟରୁ ୨୧ ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି । ଏହା ରାଜ୍ୟବାସୀଙ୍କ ପାଇଁ ଗର୍ବ ର କଥା । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମ ରେ ୧୩ ଗୋଟି ଜିଲ୍ଲା ର ୨୧ ଗୋଟି ନୂତନ ବସଷ୍ଟାଣ୍ଡ କୁ ଲୋକାର୍ପଣ କରିଥିବାବେଳେ
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ମଧ୍ୟ ନୂତନ ଭାବରେ ନିର୍ମିତ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ସୂଚନା ଅନୁସାରେ ଦୀର୍ଘଦିନ ଦେବ ହେବ ଉଲୁଣ୍ଡା ଅଞ୍ଚଳବାସୀ ସରକାରୀ ବସଷ୍ଟାଣ୍ଡ ପାଇଁ ଦାବି କରି ଆସୁଥିବାବେଳେ ଆଜି ଅଂଚଳବାସୀଙ୍କ ଦାବି ପୂରଣ ହୋଇଥିବାରୁ ଖୁସିର ଲହରୀ ଖେଳିଯାଇଛି । ଏହି ଲୋକାର୍ପଣ ଅବସରରେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଉନ୍ନତ ମାନର ବସ ସେବା ପାଇପାରିବେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା,ଉଲୁଣ୍ଡା ତହସିଲଦାର ଦିଲ୍ଲୀପ ମାଝୀ,ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର,ବିଡ଼ିଓ କରିସ୍ମା ବେସ୍ରା , ଜିଲ୍ଲା ପରିଷଦ ଉପାଧ୍ୟ୍ୟକ୍ଷ ଝସକେତନ ବଘାର ଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ ଏବଂ ଜନସାଧାରଣ ଉପସ୍ଥିତ ଥଲେ । ଏହି ବସଷ୍ଟାଣ୍ଡ ହେବା ଫଳରେ ଅଞ୍ଚଲରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ବାସ ଗୁଡିକ ଏଠାରେ ଅଟକି ଯାତ୍ରା କରିବ ବୋଲି ଜଣାପଡିଛି । କିନ୍ତୁ ଏହିଁ ନୂତନ ଭାବରେ ନିର୍ମିତ ବସଷ୍ଟାଣ୍ଡଟି ଉଲୁଣ୍ଡା ମୁଖ୍ୟ ରାସ୍ତାରୁ ପ୍ରାୟ ତିନିଶହ ମିଟର ଭିତରେ ନିଛାଟିଆ ସ୍ଥାନରେ ରହିଥିବାରୁ ସେଠାକୁ ବସ ଯିବା ଏବଂ ଯାତ୍ରୀ ତାର ଲାଭ ଉଠାଇ ପାରିବା ନେଇ ସନ୍ଦେହ ଦେଖାଦେଇଛି ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.