ଟିଟିଲାଗଡ଼,୨୯/୧୦: ଟିଟିଲାଗଡ଼ ସି.ଟି.ଏଣ୍ଡ ଜି.ଏସ.ଟି. ବିଭାଗ ଅଧିକାରୀ ଉମାକାନ୍ତ ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କୁ ମିଥ୍ୟା ଜୋରିମାନା ପକାଇ ସମାଧାନ କରିବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ ମହାକୁର । ରମେଶଙ୍କୁ ୨୩ ହଜାର ୬ ଶହ ଟଙ୍କା ଜୋରିମାନା କରାଯାଇଥିଲା । ଜୋରିମାନାକୁ ୭୫୦୦ ଟଙ୍କା କରିଦେବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ରମେଶ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଆଜି ଉକ୍ତ ଅଧିକାରୀ ବ୍ୟବସାୟୀ ରମେଶଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଛନ୍ତି । ଏନେଇ ଟିଟିଲାଗଡ଼ ସମେତ ଅଧିକାରୀଙ୍କ ବଲାଙ୍ଗୀର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।