ପୋଲସରା ,୧୫/୦୧(ପିପିଟି) : ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପୋଲସରା ଆଞ୍ଚଳିକ ପରିଷଦ ର କାର୍ଯ୍ୟକାରୀ କମିଟି ବୈଠକ ବନ୍ଥପଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିଲା।
ଗଣପତି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକ ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଏବଂ ଅଖିଳ ଭାରତ ଯୁବକ ସଂଘ ର ଜାତୀୟ ଉପସଭାପତି ପ୍ରଦୀପ ସେଠୀ ଉଦବୋଧନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୌଳିକ ସମସ୍ୟା ଠାରୁ ଲୋକମାନଙ୍କ ଦୃଷ୍ଟି ଏଡାଇବା ପାଇଁ ଭାବାବେଗ ସହିତ ଖେଳୁଛନ୍ତି କହି କ୍ଷୋଭ ପ୍ରକାଶ କରିଥଲେ। ଏଥି ଊ ପୋଲସରା ଅଞ୍ଚଳ ରେ ଦଳର ସଂଗଠନ କୁ ସୁଦୃଢ କରି ଏହା ର ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଥିଲେ। ଆଜିର ବୈଠକରେ ଚଳିତ ମାସ ଶେଷସୁଦ୍ଧା ପୋଲସରା ଆଞ୍ଚଳିକ ପରିଷଦ ର ସମସ୍ତ ଶାଖା ସମ୍ମିଳନୀ ଶେଷ କରିବା ସହିତ ସଭ୍ୟପଦ ନବୀକରଣ ସାରିବା ପାଇଁ ନିଷ୍ପତି ନିଆଯାଇଥିଲା।ଆଞ୍ଚଳିକ କମିଟି ସମ୍ପାଦକ ଦଣ୍ଡପାଣି ସାମଲ ବିଗତ ଦିନର କାର୍ଯ୍ୟକ୍ରମ ର ବିବରଣୀ ଉପସ୍ଥାପନ କରିଥିବା ବେଳେ ନାରୀନେତ୍ରୀ ଜ୍ୟୋତ୍ସ୍ନା ମହାରଣା , ଦୁର୍ଯୋଧନ ରାଉତ , ନିର୍ମାଣ ଶ୍ରମିକ ନେତା ବିଜୟ ସାମନ୍ତରା , ନଗରବାସୀ ପ୍ରଧାନ , ଅନିତା ମହାପାତ୍ର , ତ୍ରିନାଥ ସାମଲ ଓ ହରି ହର ପାତ୍ର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା